ବୌଦ୍ଧ ମହାନଦୀ ରେ ଡ଼ଙ୍ଗା ବୁଡ଼ିଲା ୧୨ ଯାତ୍ରୀ ଉଦ୍ଧାର

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ର ଧଳପୁର ମହାନଦୀ ଘାଟରେ ଆଜି ଅପରାହ୍ନ 5 ଟା ସମୟ ରେ ଅନୁଗୁଳ ଜିଲ୍ଲାର ଆଠ ମଲ୍ଲିକ ପଟରୁ ଡ଼ଙ୍ଗା ଯୋଗେ 12 ଜଣ ଲୋକ ଏବଂ ଜଣେ ଶିଶୁ ଏକ ଦେଶି ଡ଼ଙ୍ଗା ଦ୍ୱାରା ଧଳପୁର ପଟକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଡ଼ଙ୍ଗା ଟି ନଦୀ ରେ ବୁଡି ଯାଇଥିଲା | ଡ଼ଙ୍ଗା ରେ ଥିବା ଯାତ୍ରୀ ମାନେ ପାଣିରେ ପହଁରି କୂଳକୁ ଆସିଥିଲେ କିନ୍ତୁ ଡ଼ଙ୍ଗା ରେ ଥିବା ମୋଟର ସାଇକେଲ ଦୁଇଟି ବୁଡି ଯାଇଥିଲା | ଖବର ପାଇ ଆଠମଲ୍ଲିକ ଏବଂ ଚାରିଛକ ର ଦମକଳ ବାହିନୀ ଉଭୟ ପଟରେ ଉପସ୍ଥିତ ଥିଲେ କାହାରି କିଛି କ୍ଷତି ହୋଇନାହିଁ | କିନ୍ତୁ ଅସାବଧାନତା ଯୋଗୁଁ ବିପଦ ପୁର୍ଣ ଭାବରେ ନଦୀ ରେ ଯାତାୟାତ କରିବା ରୁ ଲୋକମାନଂକୁ ସଚେତନ କରିବା ଜରୁରୀ |

Comments (0)
Add Comment