ଆସନ୍ତା କାଲି ବୌଦ୍ଧ ରେ ହେବ ଟୀକାକରଣ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ କିଛି ଦିନ ବ୍ୟବଧାନ ରେ ଆସନ୍ତା କାଲି ସୋମବାର ଦିନ ପୁଣି ଟୀକାକରଣ ହେବ | 18-44 ବର୍ଗ ର କେବଳ ଗର୍ଭବତୀ ମହିଳା ମାନଙ୍କ ପାଇଁ ଟୀକା କରଣ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ, ବାଉଁଶୁଣୀ, ଜହ୍ନପାଙ୍ଗ, ଏବଂ ମନୁମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦିନ 8 ଟା ରୁ 1 ଟା ପର୍ଯ୍ୟନ୍ତ ହେବ | ସେହିପରି ଅପରାହ୍ନ 3 ଟା ରୁ 5.30 ପର୍ଯ୍ୟନ୍ତ 45 ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ମାନଙ୍କ ପାଇଁ ପୁରୁଣା କଟକ, ଚାରିଛକ,ହରଭଙ୍ଗା, ମନମୁଣ୍ଡା,କଣ୍ଟାମାଲ, ଘଣ୍ଟା ପଡା, ପାଲସାଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଅନୁଷ୍ଠିତ ହେବ | ଜନସାଧାରଣ ଏହି ସୁବିଧା ର ସୁଯୋଗ ନେବାକୁ ଅନୁରୋଧ |

Comments (0)
Add Comment