ରେଳଯୋଗେ ଆରଏସପି ୪ ଟେଙ୍କର ଅକ୍ସିଜେନ ପଠାଇଲା ରାଜସ୍ଥାନ , ପୂର୍ଣ୍ଣ ସୁରକ୍ଷା ସହ

କରୋନା ମହାମାରୀର ଉଗ୍ର ରୂପରେ ଦଳି ଚକଟି ହୋଇ ବିନା ଅକ୍ସିଜେନରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ପରିଜନ ଓ ଆକ୍ରାନ୍ତଙ୍କ ସୁବିଧା ସକାସେ ଆଜି ପୁନଶ୍ଚ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୪ ଟେଙ୍କର ଅମ୍ଳଜାନ ଗ୍ୟାସ ରେଳ ଯୋଗେ ସମସ୍ତ ବ୍ୟବସ୍ଥା ସହ ରାଜସ୍ଥାନ ପଠାଯାଉଛି । ରାଜସ୍ଥାନ ସରକାରଙ୍କ ଅନୁରୋଧ କ୍ରମେ ଆରଏସପିରୁ ଟେଙ୍କରରେ ଅମ୍ଳଜାନ ଗ୍ୟାସ ଭରାଯାଇ ସେଠାକାର କରୋନା ଆକ୍ରାନ୍ତଙ୍କ ପାଇଁ ରାଉରକେଲା ସ୍ଥିତ ମାଲଗୋଦାମ ରେଳବାଇ ଟ୍ରାକରୁ ଟେଙ୍କର୍ ମାଲବାହୀ ରେଳରେ ଲୋଡ କରାଯାଇ ରାଜସ୍ଥାନରୁ ଆସିଥିବା ପୋଲିଶ ଅଧିକାରୀ ଓ ସହକର୍ମୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଅମ୍ଳଜାନ ଗ୍ୟାସ ପଠାଯାଉଛି । ବାଟରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିର ମୁକାବିଲା କରିବା ସକାସେ ମଧ୍ୟ ସମସ୍ତ ବ୍ୟବସ୍ତା କରାଯାଇଛି । ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ , ରାଉରକେଲା ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ , ସହକର୍ମୀ , ରେଳବାଇ ପୋଲିଶଙ୍କ ଉପସ୍ଥିତିରେ ଆଜି ଏହି ଅମ୍ଳଜାନ ଗ୍ୟାସ ଟେଙ୍କର ରାଉରକେଲା ଷ୍ଟେସନ ନିକଟରୁ ରାଜସ୍ଥାନ ଅଭିମୁଖେ ପଠାଯାଉଛି । ତେବେ ବିନା ଦ୍ବିଧାରେ ଉଚିତ ସ୍ଥାନରେ ଅମ୍ଳଜାନ ଗ୍ୟାସ ପହଞ୍ଚିବା ସହ କରୋନା ରୋଗୀଙ୍କ କାମରେ ଲାଗିବ ବୋଲି ଆଶା କରାଯାଉଛି ।

Comments (0)
Add Comment