ନାଏର ଛକରେ ୧୩୫ତମ ଐତିହାସିକ ମଇ ଦିବସ ପାଳନ

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ନାଏର ଛକରେ ଲେଲିନ ଟେଟେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ.ଆଇ.ୟୁ. ଟି.ୟୁ.ସି. ସହବନ୍ଧିତ ବିଭିନ୍ନ କାରଖାନାର ଶ୍ରମିକ ସଙ୍ଘକୁନେଇ ପାଳିତ ହୋଇଥିଲା ୧୩୫ତମ ଐତିହାସିକ ମଇ ଦିବସ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ଅନ୍ୟ ଅଧିକାରୀଙ୍କ ସହିତ ସହୀଦ ବେଦିରେ ପତାକା ଉତ୍ତଳନ କରିବା ସହ ସହିଦ ମାନଙ୍କୁ ମାଲ୍ୟାର୍ପଣ କରିଥିଲେ ଏବଂ ଅଶୂଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଆଜିର ଦିନରେ ସମସ୍ତ ସଙ୍ଘ ମିଶି ଶ୍ରମିକ ମାନଙ୍କର କାର୍ଯ୍ୟ ସମୟ ଆଠ ଘଣ୍ଟା ସ୍ଥିର କଲେ ଏଥି ସକାଶେ ଶ୍ରମିକ ବୋଡ଼ର ଆଇନକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି l ଶ୍ରମିକମାନଙ୍କୁ ବିପଦ ଆପଦରେ ମିଳିମିଶି ଏକହୋଇ ଶ୍ରମିକ ଆନ୍ଦୋଳନରେ ସାମିଲ ହେବାପାଇଁ ସଚେତନ କରିଥିଲେ l ସମସ୍ତ ଶ୍ରମିକଗଣ ସଙ୍ଘର ନିୟମ ମାନି କାର୍ଯ୍ୟକରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ l

Comments (0)
Add Comment