ଟାଟା ପାୱାରର ମନମୁଖୀ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଆଦାୟ ପ୍ରତିବାଦରେ କଂଗ୍ରେସର ରାଜ୍ୟପାଳଙ୍କୁ ଦାବିପତ୍ର

କରୋନା ମହାମାରୀର ତାଣ୍ଡବ ଲୀଳାରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ପୁଣି ‘ଟାଟା ପାୱାର’ର ଅହେତୁକ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ଲୋକଙ୍କ ଆର୍ଥିକ ଚିନ୍ତା ବହୁଗୁଣିତ କରିଦେଇଛି। ତେଣୁ ଏହାର ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଅତାବିରା ବ୍ଲକ କଂଗ୍ରେସର ସଭାପତି ଦୟାସାଗର ମେଣ୍ଡେଳୀଙ୍କ ଅଧ୍ୟକ୍ଷତାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ବିଜୟ ବେହେରାଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୬ମସିହାରେ ବିମୁଦ୍ରାୟନ ଓ ମହାମାରୀ କରୋନା ଯୋଗୁଁ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ତଥା ଅଣୁ ଓ କ୍ଷୁଦ୍ର ଶିଳ୍ପ ଗୁଡ଼ିକର ଆର୍ଥିକ ଅବସ୍ଥା ଦୁର୍ବଳ ହେବା ସହ କ୍ରୟ ଶକ୍ତି କମିଯାଇଛି।ଏପରି ଏକ ପ୍ରତିକୂଳ ପରିସ୍ଥିତିରେ ବର୍ଦ୍ଧିତ ବିଦ୍ୟୁତ୍ ଦର ବୋଝ ଉପରେ ନଳିତା ବିଡା ପରି ହୋଇଛି। ବିଶେଷ କରି ‘ଟାଟା ପାୱାର’ କମ୍ପାନୀ ବିତରଣ ଦାୟିତ୍ଵ ନେବା ପରଠାରୁ ଗତ ୭ମାସ ମଧ୍ୟରେ ଦୁଇ ଥର ୟୁନିଟ୍ ପିଛା ୫୦ପଇସା ବୃଦ୍ଧି ଘଟିଛି।

Comments (0)
Add Comment