ରାଉରକେଲା ସହର ସଂଲଗ୍ନ ବିଭିନ୍ନ ଚିକିତ୍ସାଳୟରେ ମାଗଣା ଭେକସିନ ଟିକା କରଣର ସୁବିଧା

ରାଉରକେଲା ସହର ଓ ମହାନଗର ନିଗମ ପରିଷର ଭିତରେ ପରିଚାଳିତ ବିଭିନ୍ନ ସରକାରୀ ଓ ଘରୋଇ ଚିକିତ୍ସାଳୟରେ ଜନସାଧାରଣଙ୍କ ସୁବିଧା ସକାସେ ଭେକସିନ ଟିକା ଦିଆଯିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ସରକାରୀ ଭାବେ ପରିଚାଳିତ ଆରଜିଏଚ , ଆଇଜିଏଚ , ୟୁସିଏଚସି ପାନପୋଷ , ରେଳବାଇ ହସ୍ପିଟାଲ ବଣ୍ଡମୁଣ୍ଡା , ସେକ୍ଟର–୬ ପ୍ରାଥମିକ ଚିକିତ୍ସାଳୟ , ଫର୍ଟିଲାଇଜର ଚିକିତ୍ସାଳୟ ଓ ରିଜର୍ଭ ପୋଲିଶ ଲାଇନ ହସପିଟାଲ ଭାବେ ଭେକସିନେସନ ପାଇଁ ବଛା ଯାଇଥିବା ବେଳେ ଘରୋଇ ଚିକିତ୍ସାଳୟ ଭାବେ ଜେପି ହସ୍ପିଟାଲ , ଜେପି କେୟାର , ଶାନ୍ତି ମେମୋରିଆଲ , ସିଡବ୍ଲୁଏସ , ଗୁପ୍ତା ପୋଲି ସେଣ୍ଟର , ହାଇଟେକ , ଆପୋଲୋ ଓ ଭେସଜପଟେଲ ହସ୍ପିଟାଲକୁ ବଛାଯାଇଛି । ପ୍ରବଳ ଭିଡରେ ଧାଡିରେ ସରକାରୀ ଚିକିତ୍ସାଳୟରେ ଲୋକେ ନିଜ ପାଳିରେ ଘଣ୍ଟା ଘଣ୍ଟା ସମୟ ଦେଇ ଛିଡା ହୋଇ ଭେକ୍ସିନ ଟିକା ନେଉଥିବା ବେଳେ ଏହାର ସରଳ ବ୍ୟବସ୍ତା କରାଯାଇଛି । ରାଉରକେଲା ସହରର ୧୬ ଟି ସରକାରୀ ଓ ଘରୋଇ ଚିକିତ୍ସାଳୟରେ ଜନସାଧାରଣ ସୁରୁଖୁରୁରେ ଅଳ୍ପ ସମୟ ମଧ୍ୟରେ ଟିକା ନେଇ ପାରିବେ । ଏହି ସମସ୍ତ ଚିକିତ୍ସାଳୟରେ ଭେକସିନ ଟିକା ଉପଲବ୍ଧ କରାଯାଇ ଜନସାଧାରଣଙ୍କୁ ସୂଚିତ କରିବା ପରେ ଜନମଞ୍ଚଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଭେକ୍ସିନେସନ ଟିକା ସକାସେ ଆଉ କାହାରିକୁ ହଇରାଣ ହେବାକୁ ପଡିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗରୁ ଜଣାପଡିଛି ।

Comments (0)
Add Comment