କରୋନା ଯୁଦ୍ଧରେ ହାରିଗଲେ ଦଲକି ସରପଞ୍ଚ

କରୋନା ମହାମାରୀରେ ଟଳିପଡୁଛି ଅନାୟାସରେ ବହୁ ଅମୂଲ୍ୟ ଜୀବନ । ସେହିଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦଲକି ପଞ୍ଚାୟେତ ଅଞ୍ଚଳରେ । ଦେହ ଖରାପ ଥିବାରୁ ହାଇଟେକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ମାନବ ପ୍ରିୟ ସମାଜ ସେବୀ ତଥା ସୁନ୍ଦରଗଡ ଜିଲ୍ଲା ସରପଞ୍ଚ ମହା ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ସମେତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ପଞ୍ଚାୟେତର ସରପଞ୍ଚ ଓସ୍କାର କିଣ୍ଡୋ କରୋନା ଯୁଦ୍ଧରେ ହାରିଗଲେ । ଚିକିତ୍ସିତ ଅବସ୍ଥାରେ ଆଜି ପ୍ରଭାତରୁ ତାଙ୍କର ଇହଲୀଳା ସମ୍ବରଣ ହୋଇଥିବା ଖବର ପାଇ ସମଗ୍ର ଜିଲ୍ଲାର ପଞ୍ଚାୟେତ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ ଦରଦି ମଣିଷ ଥିଲେ । ଯାହାଙ୍କୁ କରୋନା ମହାମାରୀ ରୂପକ ସଂକ୍ରମଣ ଆଜି ଯୁଦ୍ଧରେ ହରାଇ ଦେଇଛି । ଏହି ଖବର ଶୁଣିବା ପରେ ସ୍ତବଧ ହୋଇଯାଇଛି ସମଗ୍ର ଦଲକି ପଞ୍ଚାୟେତ । ସମସ୍ତେ ଯେପରି ଏକ ପ୍ରକାର ମୂକ ପାଲଟି ଯାଇଛନ୍ତି ଦଲକି ପଞ୍ଚାୟେତର ଯୁବ ସରପଞ୍ଚ ଓସ୍କାର ବାବୁଙ୍କ ମୃତ୍ୟୁ ଖବର ଶୁଣି । ନିଜ ପଞ୍ଚାୟେତ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ କେହି ଅସୁବିଧାରେ ପଡିଥିବା ଖବର ପାଇଲେ ଧାଇଁ ଯାଇ ଯଥାସାଧ୍ୟ ମତେ ସହଯୋଗର ହାତ ବଢାଉଥିଲେ ଓସ୍କାର ବାବୁ । ହେଲେ କରୋନା ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ହାରିଗଲେ ଆଜି ଆଉ ଏକ କରୋନା ଯୋଦ୍ଧା ।

Comments (0)
Add Comment