କାଜୁ ତେଲ ବୋଝେଇ ଟ୍ରକରୁ ୨୮୦ କେଜି ଗଞ୍ଜେଇ ଜବତ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ 49 ନମ୍ବର ଜାତିୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବାରକୋଟ ଥାନା କଲା ଛକ ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ଯୁର ଚଢାଉ କରି ଗଞ୍ଜେଇ ବୋଝେଇ ଟ୍ରକ ଏବଂ ଗଞ୍ଜେଇ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରି ଅଧିକ ତଦନ୍ତ କରୁଛି। ଟ୍ରକରେ ଥିବା 2 ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜବତ ଗଞ୍ଜେଇର ମୂଲ୍ଯ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ କେଉଁଠୁ ଆସୁଥିଲା , ଏହା ପଛରେ ଆଉ କେଉଁମାନେ ସବୁ ଅଛନ୍ତି ସେନେଇ ଅଧିକ ତଦନ୍ତ କରୁଛି ଏନସିବି।

Comments (0)
Add Comment