ବାଘବର କ୍ରିକେଟ ଟୁର୍ନାମେଣ୍ଟ ତଲେଇଶର ଚାମ୍ପିୟନ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ଗ୍ରାମରେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।।
ମା ଆଦିଶକ୍ତି କ୍ରିକେଟ କ୍ଲବ ତରଫରୁ ବାଘବର ପଞ୍ଚାୟତ ଖେଳ ପଡିଆରେ ୮ଟି କ୍ରିକେଟ ଟିମ ଯୋଗ ଦେଇଥିଲେ । ଯଥା: ବାଘବର ସଂସାମରା, କୁଣ୍ଡେଇଗୋଳା, ରଜଂଣା, ବରଡାନାଳୀ, ବୁଢ଼ାପାଳ ଓ ବାବାଜୀମଠ କ୍ରିକେଟ କ୍ଲବ ଯୋଗ ଦେଇଥିଲେ । ଶେଷରେ ଆଜି ଫାଇନାଲ ମ୍ୟାଚ ବାବାଜୀମଠ ଓ ତଲେଇଶର ମଧ୍ୟରେ ଖେଳ ହୋଇଥିଲା । ବାବାଜୀମଠ କ୍ରିକେଟ କ୍ଲବ ପ୍ରଥମେ ଟଚ ଜିତି ବ୍ୟାଟିଙ୍ଗର ନିଷ୍ପତ୍ତି ନେଇ ୭୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ତଲେଇଶର କ୍ରିକେଟ କ୍ଲବ ୭୬ ରନ କରି ବିଜେତା ହାସଲ କରିଥିଲା ।
ମୁଖ୍ୟ ଅତିଥି ଭାବେ ବିଜେଡି ସଭାପତି ରମାଞ୍ଚ ରଞ୍ଜନ ବିଶ୍ବାଳ ଏବଂ ବାଘବର ସରପଞ୍ଚ ଦଣ୍ଡଧର ଦେହୁରୀ ମଞ୍ଚାସିନ ଥିଲେ । ଏବଂ କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ସହଯୋଗ କରିଥିଲେ ।।
Comments (0)
Add Comment