ଛଲକ କ୍ରିକେଟ ଟୁର୍ନାମେଣ୍ଟରେ ବଜରକୋଟ ବିଜୟୀ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ଛଲକ ଗ୍ରାମରେ ସଭାପତି ଅକ୍ଷୟ କୁମାର ସାହୁ ଓ ସମ୍ପାଦକ ବାବୁଲି ପ୍ରଧାନଙ୍କ ତତ୍ବାବଧାନତାରେ ଜାନୁଆରୀ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଆଜି ଶେଷ ହୋଇଛି । ଏହି କ୍ରିକେଟ ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ ଯଥା: କୁଣ୍ଢେଇଗୋଳା, ବୋଲ, ବଜରକୋଟ, ଖୋଳିପଷି, ବାହାଳ ସାହି, ଛଲକ ଓ ଡ୍ରାଇଭର କ୍ରିକେଟ କ୍ଲବ ଶେଷରେ ଗୁଡାଗାଡିଆ ଓ ବଜରକୋଟ ସହିତ ଆଜି ଫାଇନାଲ ମ୍ୟାଚ ହୋଇଥିଲା । ବଜରକୋଟ କ୍ରିକେଟ କ୍ଲବ ପ୍ରଥମେ ଟଚ ଜିତି ବ୍ୟାଟିଙ୍ଗ ନିଷ୍ପତି ନେଇ ୨୦ ଓଭରରେ ୧୬୩ ରନ ସଂଗ୍ରହ କରିଥିବା ବେଳେ ଗୁଡାଗାଡିଆ କ୍ରିକେଟ କ୍ଲବ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୦ ରନ କରି ପରାଜିତ ହୋଇଥିଲା ।
ଖେଳ ପରିଚାଳନା :କୁମୁଦ ନାୟକ ଓ ଗୋପବନ୍ଧୁ ବେହେରା ତୁଲାଇଥିବା ବେଳେ ଭାଷଣ ବାଜି ହେମନ୍ତ ପ୍ରଧାନ କରିଥିଲେ ମୁଖ୍ୟ ଅତିଥି ଭାବେ :ଲିଙ୍ଗରାଜ ସାହୁ, ଲଳିତ ମହନ ପ୍ରଧାନ ସମାଜସେବୀ ନିଲେଶ ନାୟକ, ଧରଣୀ ଧର ପ୍ରଧାନ, ତ୍ରିପୁର ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ସହଯୋଗ କରିଥିଲେ ।।
Comments (0)
Add Comment