ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ ପ୍ରଧାନମନ୍ତ୍ରୀ ଆବାସ ବିଜୁ ପକ୍କାଘର ଯୋଜନା କାହା ସ୍ବାର୍ଥରେ…??

ଦେବଗଡ଼ :(କୋଶଲ ନ୍ୟୁଜ )- ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମର ସ୍ବର୍ଗତ ଗଗନ ପେଣ୍ଠେଇଙ୍କ ସ୍ତ୍ରୀ ରୋହିଣି ପେଣ୍ଠେଇ ରହିବା ପାଇଁ ଘରଟିଏ ନାହିଁ । ଯାହାର ଘର ଅଛି ସିଏ ଘର ପାଉଛି ରୋହିଣିଙ୍କ ପାଇଁ ଘର ନାହିଁ । ତାଙ୍କର କହିବା କଥା ଦୀର୍ଘ ବର୍ଷ ଧରି ଘରପାଇଁ ଆବେଦନ କରିବା ସହିତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଗଷ୍ଟିଉନ୍ନୟନ ଅଧିକାରୀଙ୍କୁ ଘର ଖଣ୍ଡିଏ ପାଇବା ପାଇଁ ଗୁହାରୀ କରି ଆସୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନଥିବା ଆମ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି । ଦେଖିବାକୁ ବାକି ରହିଲା ରୋହିଣି ପେଣ୍ଠେଇଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ କେବେ ଘରଟିଏ ମିଳୁଛି l

Comments (0)
Add Comment