ପାନୀୟ ଜଳ ସମସ୍ୟାର ସମାଧାନ ଦାବି ନଳକୂପ ଥରେ ଅଚଳ ହେଲେ ଅପେକ୍ଷା ୫ ବର୍ଷଯାଏ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ନୁଆଁଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଆମ୍ବତଇଲା ଗ୍ରାମରେ ରହିଛି ଗୋଟିଏ ନଳକୂପ । ଏହି ନଳକୂପଟି ଆଜକୁ ପ୍ରାୟ ଦୁଇ ତିନି ବର୍ଷ ହେବ ଅଚଳ ହୋଇ ପଡି ରହିଛି । ମହାସିନ୍ଧୁ ଗ୍ରାମ ଠାରୁ ଆମ୍ବତଇଲା ସାହିଟି ୧ କି.ମି. ପାହାଡ ତଳ ପାଖରେ, ରହୁଛନ୍ତି କିଛି ଆଦିବାସୀ ପରିବାର ଏହି ସାହିର ଲୋକେ କହିବା ଅନୁସାରେ ଏହି ନଳକୂପଟି ଯଦି କୌଣସି କାରଣରୁ ୱାସରଟିଏ ମଧ୍ୟ କଟିଯାଏ ଠିକ ହେବାକୁ ଅପେକ୍ଷା କରିବାକୁ ପଡେ ପାଞ୍ଚ ବର୍ଷ । ଅର୍ଥାତ୍ ଇଲେକ୍ସନ ଭୋଟ ସମୟରେ କୌଣସି ନେତା ଭୋଟ ପ୍ରଚାର ପାଇଁ ଆସିଲେ ନଳକୂପ ମରାମତି ହୁଏ । ଲୋକେ ବାରମ୍ବାର ସରପଞ୍ଚ ୱାର୍ଡମେମ୍ବର ବିଡିଓ ସରକାରୀ ବାବୁ ମନଙ୍କୁ କହି କହି ଥକ୍କି ଗଲେ ବି ଏହାର ସମାଧାନ ହୁଏନି । ଯାହା ଫଳରେ ଲୋକେ ଗାଡିଆ ପୋଖରୀର ପାଣି ବ୍ୟବହାର କରି ରୋଗାଗ୍ରସ୍ତ ହେବା ସ୍ବାଭାବିକ । ସରକାର ଓ ସ୍ଥାନୀୟ ପ୍ରସାଶନ ତୂରନ୍ତ ଏହାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment