ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବର୍ଷାରେ ଧୋଇଗଲା ହାଡସଂହାଠାରୁ ବାବାଜୀମଠ ରାସ୍ତା

ଦେବଗଡ : ( କୋଶଲ ନ୍ୟୁଜ୍ ) ଆମେ ଯାହା ଆପଣମାନଙ୍କୁ ଦେଖାଉଛୁ । ଏ ଚିତ୍ର ହେଉଛି । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହା ଠାରୁ ବାବାଜୀମଠ ରାସ୍ତାର ଦୃଶ୍ୟ। ଏହି ରାସ୍ତାର ଉନ୍ନତୀକରଣ ପାଇଁ ଗତ ମାର୍ଚ୍ଚ ମାସରେ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ସେହି ସମୟରେ ନିମ୍ନମାନର କାମ ହେଉଥିବାରୁ ଗ୍ରାମବାସୀ ମଧ୍ୟ ଏହି କାମକୁ ବିରୋଧ କରିଥିଲେ । ପରେ ଠିକାଦାର ରାତାରାତି ଜେସିବି ମେସିନ ଲଗାଇ କିଛି ସାମାନ୍ୟ ମୋରୁମ ପକାଇ ଏହି କାମକୁ ସମ୍ପୂର୍ଣ୍ଣ କରି ଏବଂ କିଛି ନକଲି ଶ୍ରମିକ ଦେଖାଇ ଏହାର ବିଲ ଉଠାଇ ଥିବାର ଗ୍ରାମବାସୀ କହିଛନ୍ତି । ଏହି ରାସ୍ତାଟି ଏବେ ବର୍ଷା ଯୋଗୁଁ ଧୋଇ ନେଇଥିବା ବେଳେ ଏହାକୁ କିଛି ଲୋକ ଭିଡିଓ ଓ ଫୋଟ ଉତ୍ତଳନ କରି ମୋବାଇଲ ହ୍ବାଟସ ଆପ ଏବଂ ଫେସବୁକରେ ସେୟାର କରି ଭାଇରାଲ କରିଥିଲେ । ଏହି ଖବର ଭାଇରାଲ ହେବା ପରେ ଠିକାଦାର ସୂଚନାଫଳକ ଟିକୁ ଏବେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।।

Comments (0)
Add Comment