ମାଟିରେ ମିଶିଲାଣି ଉଠା ଜଳ ସେଚନ ପକଳ୍ପ ଚାଷୀ ଭାଇ ମାନେ ହତାଶ

ଦେବଗଡ ଜିଲ୍ଲାର ଗୁଣ୍ଡୁରିପଶି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଚାଷ ଜମିକୁ ଜଳ ସେଚନ ଯୋଗାଇ ଦେବା ଲକ୍ଷରେ ସରକାର କାର୍ଯ୍ୟକାରୀ କରିଛନ୍ତି ଉଠା ଜଳସେଚନ ପକଳ୍ପ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ମାଟିରେ ମିଶିବାକୁ ବସିଲାଣି ଏହି ପକଳ୍ପ । ତେବେ ଏହି ଗାଁର ଚାଷ ଜମିକୁ ଜଳ ସେଚନ ଯୋଗାଇ ଦେବା ଲକ୍ଷରେ ସରକାର ୧୯୮୪ ମସିହାରେ ଗାଁ ନିକଟସ୍ଥ ଗୋହିରା ନାଳରେ ସ୍ଥାପନ କରିଥିଲେ ଏକ ଉଠା ଜଳ ସେଚନ ପକଳ୍ପ । ଏହି ପକଳ୍ପରୁ ଗୁଣ୍ଡୁପଶି ଗାଁ ତଥା ଆଖ ପାଖ ଅଞ୍ଚଳରୁ ୩୦୦ ଏକରରୁ ଉର୍ଦ୍ଧ ଚାଷ ଜମି ଜଳ ସେଚିତ ହେଉଥିଲେ । ଫଳରେ ଗୁଣ୍ଡୁରିପଶି ଗ୍ରାମବାସୀ ଧାନ ଚାଷ ପରେ ପରେ ବିଭିନ୍ନ ପନିପରିବା ଓ ଅର୍ଥକାରୀ ଫସଲ ଚାଷ କରି ବେସ ଭଲ ଦିପଇସା ରୋଜକାର କରି ଚଳି ଆସୁଥିଲେ । ମାତ୍ର ପକଳ୍ପଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜକୁ ଦୀର୍ଘ ୧୦ ବର୍ଷ ହେବ ଅଚଳ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ଏଠାରେ ଲାଗିଥିବା ଅଧିକାଂଶ ଯନ୍ତ୍ରାଶ ନାଳ ଭିତରେ ପୋତି ହୋଇ ସାରିଥିବା ବେଳେ ଆଉ କିଛି ଏଠି ସେଠି ପଡି ରହିଛି । ଫଳରେ ଜଳ ସେଚନ ଅଭାବରୁ ଚାଷ ଜମି ଗୁଡିକ ସବୁ ପଡିଆ ହୋଇ ପଡି ରହିଛି । ଏହି ପକଳ୍ପଟିକୁ ପୁନଃ ଉଦ୍ଧାର ଓ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ଦଶ ବର୍ଷ ହେଲା ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି ।

Comments (0)
Add Comment