ସ୍ବାମୀ ଥିବା ସମୟରେ ଆବାସ ଖଣ୍ଡିଏ ପାଇବା ପାଇଁ ସରକାରୀ ବାବୁ ମାନଙ୍କ ପାଖକୁ ଦୈଡୁଥିଲେ , ଏବେ ସ୍ବାମୀ ୩ ବର୍ଷ ହେଲା ଆରପାରିକୁ ଚାଲିଗଲା ପରେ ବିଧବା ଭତ୍ତା ପାଇବାକୁ ସେଇ ସରକାରୀ ଅଫିସକୁ ଦୈଡୁଛନ୍ତି

ଦେବଗଡ଼: (କୋଶଲ ନ୍ୟୁଜ) ସ୍ବାମୀ ମରିବାର ଆଜକୁ ପ୍ରାୟ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳିପାରୁନି ବିଧବା ଭତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମର ବିଳାଶ ପେଣ୍ଠେଇ ସ୍ବାମୀ ମୁନା ପେଣ୍ଠେଇ । ଝାଟିମାଟି କୁଡ଼ିଆରେ ରହୁଥିବା ବିଳାଶ ପେଣ୍ଠେଇ ସ୍ବାମୀ ଥିବା ସମୟରେ ଆବାସ ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବହୁଥର ଆସି ନିରାଶ ହୋଇ ଫେରିଛନ୍ତି । ଆଉ ଆଜି ସ୍ବାମୀ ମରିବାର ଆଜକୁ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଳାସ ପେଣ୍ଠେଇଙ୍କୁ ମିଳିପାରୁନି ବିଧବା ଭତ୍ତା ।

ଏ ବିଷୟରେ ଗ୍ରାମର ଓ୍ବାଡମେମ୍ବର ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ ଗ୍ରାମସେବକ ଓ ରିଆମାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଁ ଆସୁଥିଲେ ମଧ୍ୟ ବିଧବା ଭତ୍ତା ଖଣ୍ଡିଏ ମିଳିପାରୁ ନଥିବାରୁ ବିଳାସ ପେଣ୍ଠେଇ ଆଜି ଆମ ଗଣମାଧ୍ୟମର ସହାୟତା ଲୋଡିଛନ୍ତି । ଦେଖାଯାଉ ଆମ ଗଣମାଧ୍ୟମ ସହାୟତାରେ ଖବର ପ୍ରସାରଣ ପରେ ବିଳାସ ପେଣ୍ଠେଇଙ୍କୁ ବିଧବା ଭତ୍ତା ଓ ରହିବା ପାଇଁ ଆବାସ ଖଣ୍ଡିଏ କେବେ ମିଳୁଛି ।

Comments (0)
Add Comment