ବିଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଦେହ ଉଦ୍ଧାର

ଦେବଗଡ ଥାନା ୩ନଂ ୱାର୍ଡ କନକ ଦୂର୍ଗା ମନ୍ଦିର ନିକଟ ବିଲରୁ ଆଜି ଜଣେ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ୩ନଂ ୱାର୍ଡ ମଠ ସାହିର ଭଡାଘରେ ରହୁଥିବା ବିଶୁ ନାୟକ( ୩୨) ପୋଲିସ ସୂଚନା ଅନୁସାରେ ଯୁବକ ଜଣଙ୍କ ଗତକାଲି ରାତ୍ରିରେ କୌଣସି କାରଣକୁ ନେଇ ନିଜ ସ୍ତ୍ରୀ ସହ ପାଟି ତୁଣ୍ଡ କରି ଘରୁ ଚାଲି ଯାଇଥିଲେ । ଆଜି ସକାଳ ପର୍ଯ୍ୟନ୍ତ ବିଶୁ ନିଜ ଘରକୁ ଫେରି ନଥିବା ବେଳେ ସ୍ତ୍ରୀ କାମ ପାଇଁ ଘରୁ ପ୍ରତ୍ୟୁଷରୁ ବାହାରି ଯାଇଥିଲେ । ଉକ୍ତ ଅଞ୍ଚଳର କେତେକ ଲୋକ ଶୌଚ ପାଇଁ ବିଲକୁ ଯାଇଥିବା ବେଳେ ବିଲରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ SDPO ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ଦେବଗଡ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଥିଲେ । ପ୍ରାଥମିକ ତଦନ୍ତରୁ ସୂଚନା ପାରିବାରିକ କଳହକୁ କେନ୍ଦ୍ର କରି ମୃତ ଯୁବକ ଜଣକ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦେହ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି SDPO ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଏ ନେଇ ଦେବଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Comments (0)
Add Comment