ରେଙ୍ଗାଲବେଡା ଗ୍ରାମରେ ଲୋକେ ପାଣି ସପ୍ଲାଇରୁ ବଞ୍ଚିତ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ତାବଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମରେ ତିଆରି ହୋଇଛି ୫୦ ହଜାର କ୍ଷମତା ଓଭର ହେଡ ପାଣି ଟାଙ୍କି । ଏଠି ପାଣି ସପ୍ଲାଇ ପାଇଁ ଘରକୁ ଘର ପାଇପ ମଧ୍ୟ ବିଛା ହୋଇଛି । କିନ୍ତୁ ଲୋକଙ୍କ ପାଖରେ ପହଁଞ୍ଚି ପାରୁନି ପାନୀୟ ଜଳ । ଗ୍ରାମରେ ଯେଉଁ ସବୁ ନଳକୂପ ଗୁଡିକ ରହିଛି ସେ ସବୁ ମଧ୍ୟ କାମରେ ଆସୁନି କିଛି ନଳକୂପରୁ ନାଲି ଗୋଳିଆ ପାଣି ବାହାରୁଛି ତ ଆଉ କେଉଁଠି ଘଣ୍ଟା ଘଣ୍ଟା ଧରି ହ୍ୟାଣ୍ଡେଲ ମାରିଲେ ପାଣି ବାହାରୁଛି । ଯାହା ଫଳରେ ନଳକୂପ ଗୁଡିକରେ ପାଣି ମୁନ୍ଦାଏ ପାଇବା ପାଇଁ ଏଠି ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ମହଲରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି ।

Comments (0)
Add Comment