ଦେବଗଡ ଜିଲ୍ଲା ତିଲେଇବଣି ସନମ କାହ୍ନାନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କୋଶଲ ନ୍ୟୁଜ୍ ବ୍ୟୁରୋ : ୧୬ଟି କ୍ରିକେଟ କ୍ଲବକୁ ନେଇ ପ୍ରଥମ ଥର ଆୟୋଜିତ ସନମ କାହ୍ନାନାଥ ମେମୋରିଆଲ ତିଲେଇବଣି ଖେଳ ପଡିଆରେ ଅନ୍ତଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ତିଲେଇବଣି ଓ ଅସୁରଖୋଳ କ୍ରିକେଟ କ୍ଲବ ଅନୁକୁଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚଟି କୁଚିଣ୍ତା ଓ ବାରକୋଟ ବ୍ଲକର ଦଣ୍ଡାସିଂହା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସରେ ଦଣ୍ଡାସିଂହା କ୍ରିକେଟ କ୍ଲବ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗର ନିଷ୍ପତି ନେଇ ୯ ଓଭରରେ ସମସ୍ତ ଉଇକେଟ ହରାଇ ୬୩ ରନ ସଂଗ୍ରହ କରିଥିବା ବେଳେ ଜବାବରେ କୁଚିଣ୍ଡା କ୍ରିକେଟ କ୍ଲବ ୬ ଓଭରରେ ୨ ୱେକେଟ ହରାଇ ୬୪ ରନ କରି ବିଜେତା ହାସଲ କରିଥିଲା । ଆଜିର ଖେଳ ପରିଚାଳନା ରଞ୍ଜିତ ସାହୁ ଓ ମଧୁସୁଦନ ରାଣା ତୁଲାଇଥିବା ବେଳେ ଭାଷଣ ବାଜିର ଦାୟୀତ୍ବ ରଞ୍ଜନ ମହାକୁଳ କରିଥିଲେ । ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସାସଂଦ ପ୍ରତିନିଧି ଯୋଗେଶ ପ୍ରଧାନ ତିଲେଇବଣି ସରପଞ୍ଚ ଶୁକ୍ରୁ ମୁଣ୍ଡା କୁଚିଣ୍ଡାରୁ ଶୁଶିଲ କର ଦଣ୍ଡାସିଂହା ସରପଞ୍ଚ ଅମିତ କୁମାର ଦେହୁରୀ ଏବଂ କ୍ଲବର ସମସ୍ତ ମେମ୍ବର ସହଯୋଗ କରିବା ସହ ଖେଳ ଶେଷରେ ଉଦଯାପନି ଉତ୍ସବ କରି ପୁରସ୍କାର ପ୍ରଦାନ କରିଥିଲେ ।।

Comments (0)
Add Comment