ଇଟା ଭାଟି ମାଲିକ ଓ ସରକାରୀ ବାବୁ ମାନଙ୍କ ସହ ମଧୁ ଚନ୍ଦ୍ରିକା

ଦେବଗଡ଼ : ସରକାର ଇଟା ଭାଟି ଉପରେ ରୋକ ଲଗାଇଛନ୍ତି ଏହା ସ୍ବତେ ବି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ନୁଆଁଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ବେଧଡକ ଇଟା ଭାଟିର କାମ ଚାଲୁ ଅଛି । ସରକାରୀ ବାବୁ ମାନଙ୍କ ଦାୟୀତ୍ବ ହିନତା ଓ ଲୋଭକର ମନଭାବ ଯୋଗୁଁ ଏଭଳି ଦେଖିବାକୁ ମିଳୁଛି । ଦେବଗଡ ଜିଲ୍ଲା ରିଆମାଳ ବ୍ଲକରେ ବିଭିନ୍ନ ଯାଗାରେ ଶହ ଶହ ଇଟା ଭାଟି ଚାଲିଥିବା ଅଭିଯୋଗ ହେଉଛି ହେଲେ ଏଠି ଭାଟି ମାଲିକ ଓ ସରକାରୀ ବାବୁ ମାନଙ୍କ ସହ ମଧୁ ଚନ୍ଦ୍ରିକା ସମ୍ପର୍କ ଥିବା ବେସ ଭଲ ଭାବରେ ଜଣା ପଡୁଛି । ପ୍ରଦୁଶଣ ରୋକିବା ଓ ଜଙ୍ଗଲ ଜମିର ସୁରକ୍ଷା ଗଛ କଟା ବନ୍ଦ ତଥା ପରିବେଶ ସନ୍ତୁଳନ ରକ୍ଷା କରିବାକୁ ମାଟି ଇଟା ତିଆରି ଉପରେ ରୋକ ଲଗାଇଛନ୍ତି ସରକାର । ସିମେଣ୍ଟ ଇଟା ବା ପ୍ଲାଏସ ପାଉଁଶ ଇଟାକୁ ଅଧିକ ପ୍ରଶୟ ଦିଆଯାଇଛି । ହେଲେ ଏଠି ସରକାରୀ ବାବୁଙ୍କ ଦାୟୀତ୍ବ ହିନତା କାରଣରୁ ଚାଲିଛି ଶହ ଶହ ଇଟା ଭାଟି । ସରକାରଙ୍କ ଆଦେଶକୁ ଅବମାନନା କରି ଦଲାଲ ଓ ବେପାରି ମାନେ ଚଲାଇଛନ୍ତି ମାଳ ମାଳ ଇଟା ଭାଟି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରିଆମାଳ ବ୍ଲକ ନୁଆଁଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମର ଆମ୍ବ ତଇଲାରେ ଯାହାକୁ ନେଇ ଲୋକ ମାନଙ୍କ ମନରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି ।।
Comments (0)
Add Comment