ଦେବଗଡ଼ (କୋଶଲ ନ୍ୟୁଜ୍): ଦେବଗଡ଼ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନାର ୫୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏନ୍ ଏସ୍ ଏସ କାର୍ଯକ୍ରମ ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ଡକ୍ଟର ସୁଦାମ କୁମାର ପରିଡ଼ା ସଭାପତିତ୍ଵ କରିଥିବା ବେଳେ, ଦେବଗଡ଼ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଭ୍ୟ ଶ୍ରୀଯୁକ୍ତ କୁମୁଦଚନ୍ଦ୍ର ଶତପଥୀ ମୁଖ୍ୟ ଅତିଥି ଏବଂ ଏନ୍ ଏସ ଏସ ଜିଲ୍ଲା ସଂଯୋଜିକା ପ୍ରଧ୍ୟାପିକା ଶ୍ରୀମତୀ ସସ୍ମିତା ପ୍ରଧାନ ସମ୍ମାନିତ ଅତିଥି ତଥା ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଧ୍ୟାପକ ବିକ୍ରମ କେଶରୀ ନାୟକ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଏନ୍ ଏସ ଏସ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଂଯୋଜିକା ସ୍ଵେଚ୍ଛାସବୀ ମାନଙ୍କୁ ଏନ୍ ଏସ ଏସ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶରେ ଏନ୍ ଏସ ଏସ କିପରି ସହାୟକ ହୋଇପାରିବ ସେ ଦିଗରେ ସୂଚନା ଦେଇଥିଲେ । ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ଓ ସ୍ୱେଚ୍ଛାସେବୀ ମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ, ଉପସ୍ଥିତ ରହିଥିଲେ ।
ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ଦେବଗଡ଼)