ଦୂର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ନିଲେଶ ନାୟକ

ଦେବଗଡ଼: ଦୂର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ ତଥା ଯୁବ ସାମ୍ବାଦିକ ନିଲେଶ ଅନିରୁଦ୍ଧ ନାୟକ। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗାଲପାଲି ଗ୍ରାମର କାଳିଆ ସେଠୀ ନିଜ ବାଇକ୍ ଯୋଗେ ନିଜ ଗାଁ ରେଙ୍ଗାଲପାଲି ରୁ ଖିଲେଇ ଅଭିମୁଖେ ଯାଉଥିବା ବେଳେ । ହାଡସଙ୍ଖା ପଳସମା ରାସ୍ତା ବାବାଜୀମଠ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ସହିତ ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କୈାଣସି ପଥଚାରୀ ତାଙ୍କୁ ସାହାଯ୍ୟ କରି ନଥିଲେ। ଦୂର୍ଘଟଣାର ପ୍ରାୟ ଅଧଘଣ୍ଟା ପରେ ସେହି ରାସ୍ତାରେ ଖବର ସଂଗ୍ରହ କରି ଯାଉଥିବା ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଉକ୍ତ ଦୂର୍ଘଟଣା ଗ୍ରସ୍ତ ସ୍ଥାନରେ ନିଜ ବାଇକ୍ ରଖି ୧୦୮ ଆମ୍ବୁଲାନ୍ସ ଯୋଗେ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଥିଲା। ପରେ ଡାକ୍ତରଖାନାରେ କାଳିଆ ସେଠୀଙ୍କ ପରିବାର ପହଁଞ୍ଚିବା କ୍ଷଣି ଆହତ କାଳିଆ ସେଠୀଙ୍କ ବାଇକ୍ ମୋବାଇଲ ଓ ତାଙ୍କ ମୋର୍ନୀପୋର୍ସ ଇତ୍ୟାଦି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ନିଲେଶ ପୂର୍ବରୁ ମଧ୍ୟ ଅନେକ ଅସହାୟ ଗରିବ ଭିନ୍ନକ୍ଷମଙ୍କୁ ସାହାଯ୍ୟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରକ୍ତ ଯୋଗାଡ଼ ପର୍ଯ୍ୟନ୍ତ ଦେବଦୂତ ହୋଇ ପହଞ୍ଚି ଯାଇଥାଆନ୍ତି। ରୋଗୀଙ୍କୁ ଉତ୍ତମ ଚିକିତ୍ସା କେମିତି କରା ଯାଇ ପାରିବ ସେ ବିଷୟରେ ମଧ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ନିଲେଶ ଦେବଗଡ଼ ଜିଲ୍ଲାର ଜଣେ ଭଲ ସ୍ବେଚ୍ଛାସେବୀ ଭାବେ ଅନେକ ପୁରସ୍କାର ପାଇଥିବା ମଧ୍ୟ ଦେଖିବାକୁ ମିଳେ।

Comments (0)
Add Comment