ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଧିରମୁଣ୍ଡା ଗ୍ରାମ ନିକଟରେ ଜଣେ ବ୍ୟକ୍ତି ସଡକ ଦୃର୍ଘଟଣାରେ ପ୍ରାଣ ହରାଇ ପଡି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ଗଜୁରୀବଣୀ ଗ୍ରାମର ଗୌରାଙ୍ଗ ନାଏକ ପିତା: ମନୋଜ ନାଏକ କଣ୍ଟାବାହାଳ ଗ୍ରାମରୁ ଏକ ବାଇକ ଯୋଗେ ବାଇକ ସଂଖ୍ୟା OD 28 A 5550 ମଟର ସାଇକେଲରେ ନିଜ ମାଆକୁ ଧରି ନିଳାପଶି ମାମୁଁ ଘରକୁ ଯାଇଥିଲେ ଏବଂ ନିଳାପଶି ଗ୍ରାମରେ ମାମୁଁ ଘରେ ମାଆଙ୍କୁ ଛାଡି ଦେଇ ସେ ଏକୁଟିଆ ବିଳମ୍ବିତ ରାତ୍ରିରେ ନିଜ ଘର କଣ୍ଟାବାହାଳ ଗଜୁରୀବଣୀକୁ ଫେରୁଥିବା ସମୟରେ ଅନୁମାନ କୌଣସି ଗାଡି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଗୌରାଙ୍ଗ ନାଏକ ରାସ୍ତା ତଳକୁ ଛିଟିକି ପଡି ଯାଇଥିଲେ ଓ ସେଠାରେ ସେ ପ୍ରାଣହରାଇ ପଡିଥିବା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ଏବଂ ଖବର ଲେଖାଯିବା ପର୍ଯ୍ୟନ୍ତ ସେଠାରେ ପୋଲିସ ପହଞ୍ଚି ନଥିବା ଖବର ମିଳିଛି ।।

Comments (0)
Add Comment