ବାବାଜୀମଠ ଅଙ୍ଗନୱାଡ଼ି କେନ୍ଦ୍ରରେ ଗ୍ରାମୀଣ ସ୍ବାସ୍ଥ୍ୟ ପୁଷ୍ଟିକର ସ୍ବଚ୍ଛତା ଦିବସ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଅଙ୍ଗନୱାଡ଼ି କେନ୍ଦ୍ରରେ ଗ୍ରାମୀଣ ସ୍ବାସ୍ଥ୍ୟ ପୁଷ୍ଟିକର ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। ମାତୃ ଓ ଶିଶୁ ବିକାଶ ଯୋଜନାରେ ୩ ବର୍ଷରୁ ଉର୍ଦ୍ଧ୍ଵ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଶିଶୁ ମାନଙ୍କୁ ସରକାରଙ୍କ ପକ୍ଷରୁ ଶିକ୍ଷାଦାନ ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ତେବେ ସେମାନଙ୍କର ଶାରିରୀକ ବିକାଶ ଆକଳନ କରିବା ପାଇଁ ବାବାଜୀମଠ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଓଜନ ଓ ଉଚ୍ଚତା ମାପ କରାଯାଇଛି। ମାତ୍ର ଯେଉଁ ମାନଙ୍କ ନିର୍ଦ୍ଧାରିତ ଓଜନ ଓ ଉଚ୍ଚତା ସଠିକ୍ ନଥିବ ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲିି କହିଛନ୍ତି ଅଙ୍ଗନୱାଡ଼ି କର୍ମଚାରୀ। ଏହି କାର୍ଯ୍ୟକ୍ରମକୁ ବାବାଜୀମଠ ଅଙ୍ଗନୱାଡ଼ି କର୍ମୀ ପୂଜା ଦେହୁରୀ ପରିଚାଳନା କରିଥିବାବେଳେ ଆଶା କର୍ମୀ ମଞ୍ଜୁଲତା କୁମୁରା ଏନ୍ ଏମ୍ ଦିଦି ସୁକାନ୍ତି ନାଏକ ପୁରୁଷ ବିଭାଗର ଅନ୍ନଦା ଶଙ୍କର ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ। ସେହି ଭଳି ଭାବରେ ଅଙ୍ଗନୱାଡ଼ି କର୍ମୀ ସଂଯୁକ୍ତା ସାହୁଙ୍କ ତତ୍ବାବଧାନରେ କଲନୀ ସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟ ଶିଶୁ ସ୍ବାସ୍ଥ୍ୟ ସମ୍ପର୍କୀତ ଓଜନ ଦିବସ ପାଳିତ ହୋଇଯାଇଛି।

ରିପୋର୍ଟ: ପ୍ରଭାସିନୀ ନାୟକ (ଦେବଗଡ଼)

Comments (0)
Add Comment