ଦୁର୍ଘଟଣାରେ ଜଳିଗଲା କାର ଓ ଦୁଇଜଣ ଗୁରୁତର

 

ଦେବଗଡ ଜିଲ୍ଲା କୁଶପଙ୍ଗା ଗ୍ରାମ ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ଜାତୀୟ ରାଜ ପଥରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ କାରଟି ସମ୍ପୂର୍ଣ୍ଣ ଜଳିଯାଇ ଥିବା ବେଳେ କାରରେ ଥିବା ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ କାରଟି ଅନୁଗୋଳ ପଟୁ ଦେବଗଡ ଅଭିମୁଖେ ଆସୁଥିଲା । କୁଶପଙ୍ଗା ଗ୍ରାମ ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ଜାତୀୟ ରାଜ ପଥରେ ଏକ ବୁଲାଣିରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଏଥିରେ ଗୁରୁତର ହୋଇଥିବା ଚାଳକ ଢ଼େଙ୍କାନାଳ ଜିଲ୍ଲାର ନିମବାହାଳ ଗ୍ରାମର ଋଷବ ନାୟକ(୩୧) ଓ ସୌମ୍ୟରଞ୍ଜନ ଦାସ (୨୯) ସେମାନେ ଗାଡିରେ ଗୁରୁତର ଅବସ୍ଥାରେ ଫଶି ରହିଥିଲେ । ଗାଡିରେ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୂଚନା ପାଇ ଦେବଗଡ ଥାନା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଦମକଳ ବାହିନୀ ଗାଡି ଓ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।।
 
 
 
 

Anirudha Nayak

District Correspondent ( Deogarh )

Comments (0)
Add Comment