ବାହାଘର ଭୋଜି ଜନଗହଳି ପାଇଁ କନ୍ୟା ପିତାଙ୍କୁ ୧ ଲକ୍ଷ ଟଙ୍କା ଜରିମନା

ଦେବଗଡ: ( କୋଶଲ ନ୍ୟୁଜ) ଦେବଗଡ ଥାନା ଅନ୍ତର୍ଗତ ପୁରୁଣାଗଡଠାରେ କୋଭିଡ ନିୟମ ଉଲ୍ଲଘଂନ କରି ବାହାଘର ଭୋଜିଭାତ ଆୟଜନ କରିଥିବା ଜଣେ କନ୍ୟା ପିତାଙ୍କଠାରୁ ଆଜି ଦେବଗଡ ଥାନା ପୋଲିସ ୧ ଲକ୍ଷ ଟଙ୍କା ଜୋରିମନା ଆଦାୟ କରିଛି ।
ସୂଚନା ଅନୁସାରେ ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ ଠାରେ ଦେବଗଡ ପୌରାଞ୍ଚଳରେ କାର୍ଯ୍ୟରତ ଟେକ୍ସ କଲେକ୍ଟର ସୂର୍ଯ୍ୟ କୁମାର ସାହୁ ତାଙ୍କ ଝିଅର ବିବାହ ତାରିଖ ଧାର୍ଯ୍ୟ କରିଥିଲେ । ବିବାହ ପୂର୍ବରୁ ନିୟମ ଅନୁଯାୟୀ ଥାନାରୁ ୫୦ ଜଣ ଲୋକଙ୍କୁ ବିବାହରେ ସାମିଲ ପାଇଁ ଅନୁମତି ଆଣିବା ସହ ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କ ନାମ ତାଲିକା ବିବାହ ମଣ୍ଡପରେ ଝୁଲାଇବା ପାଇଁ ପୋଲିସକୁ ସମ୍ମତି ଜଣାଇଁଥିଲେ । କିନ୍ତୁ ଏହି ବିବାହ ଭୋଜି ଭାତରେ ୨୫୦ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଭୋଜିଭାତର ଆୟଜନ କରିବା ସହ ବିବାହ ମଣ୍ଡପରେ ସାମିଲ ବ୍ୟକ୍ତିଙ୍କ ନାମ ତାଲିକା ଝୁଲାଇ ନଥିଲେ । ଫଳରେ ଦେବଗଡ ପୋଲିସ ରନ୍ଧା ଖାଦ୍ୟ ଜବତ କରିବା ସହ କୋଭିଡ ନିୟମ ଆଇନ ଉଲ୍ଲଘଂନ କରି ଜନଗହଳି କରିଥିବା ଅାଧାରରେ କନ୍ୟାର ପିତାଙ୍କ ଠାରୁ ୧ ଲକ୍ଷ ଟଙ୍କା ଜୋରିମନା ଆଦାୟ କରିଛି ।

Comments (0)
Add Comment