ଜାତୀୟ ସେବା ଯୋଜନା ଦ୍ବାରାରାଷ୍ଟ୍ରୀୟ ଯୁବ ଦିବସ ଓ ବିବେକାନନ୍ଦ ଜୟନ୍ତୀ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦ୍ବାରା

ରାଷ୍ଟ୍ରୀୟ ଯୁବ ଦିବସ ଓ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଦେବଗଡ଼ ବିଧାୟକ ମାନ୍ୟବର ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନେହେରୁ ଯୁବ କେନ୍ଦ୍ରର ଦେବଗଡ଼ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।
କାର୍ଯ୍ୟକ୍ରମକୁ ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର୍ ତନୋଜ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ପଣ୍ଡିତ ସଞ୍ଜୀତ କୁମାର ଶତପଥୀ ବେଦପାଠ କରିଥିଲେ ।
ଛାତ୍ରୀ ବିପସ୍ଵିନୀ ଘଡୁଇ ଓ ଶ୍ଵେତାଲି ମହାପାତ୍ର ସ୍ଵାଗତ ସଙ୍ଗୀତ ଗାନ କରିଥିବାବେଳେ ଓଡିଆ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଶାନ୍ତିପୂର୍ଣ୍ଣ ରକ୍ତଦାନ ଶିବିର ପରିଚାଳନା ଉପରେ ମହାବିଦ୍ୟାଳୟର ଭୂମିକା ପାଇଁ ଦେବଗଡ଼ ରକ୍ତ ଭଣ୍ଡାର ତରଫରୁ ମହାବିଦ୍ୟାଳୟକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ ଦ୍ଵାରା ସମ୍ମାନୀତ କରିଥିଲେ ।
ଏହାକୁ ଅଧ୍ୟାପକ ଡଃ ଉମାକାନ୍ତ ସାହୁ ସତୀଶ କୁମାର ମହାପାତ୍ର, ଯଦୁମଣି ସାହୁ, ସନ୍ତୋଷ ରାଉଳ ଅଭୟ କୁମାର ସାହୁ, ମାନସ ରଞ୍ଜନ ମହାପାତ୍ର, ରଘୁନାଥ ରାଉତ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ, ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ପିପନ୍ କୁମାର ସେଠୀ, ଇନ୍ଦ୍ରମଣି ମାଝୀ, ଅର୍ଜୁନ ସାହୁ, ଅଜିତ ପାତ୍ର, ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା l

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ବ୍ୟୁରୋ ଚିଫ୍ ଓଡ଼ିଶା)

Comments (0)
Add Comment