ଭାରସ୍ୟାମ ହରାଇ ବିତ୍ୟୁତ ଖୁଣ୍ଟରେ ପିଟିଲା ଚିପ୍ସ ବୋଝେଇ ହାଇୱା ଟ୍ରକ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘବର ଗ୍ରାମ ମଝିରେ ଥିବା ବିନାୟକ ଓୌଷଧ ଦୋକାନ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟରେ ଆଜି ମଧ୍ୟାନ ୧୨ଟା ସମୟରେ ଏକ ଚିପ୍ସ ବୋଝେଇ ଏକ ହାଇୱା ଗାଡି ନମ୍ବର OD 05 AF 7910 ଧକ୍କା ଦେବାରୁ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯାଇଛି । ସୁଚନା ଅନୁସାରେ ବୁଢାପାଳ ପଟୁ ବାଘବର ଗ୍ରାମ ଦେଇ କଣ୍ଟାବାହାଳ ଅଭିମୁଖେ ଯାଉଥିବା ଦୁର୍ଗା କମ୍ପାନୀର ହାଇୱା ଟ୍ରକ ଡ୍ରାଇଭରର ଖାମଖିଆଲି ଓ ବେଫାରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟିଛି ବୋଲି ସ୍ଥାନିୟ ଲୋକେ କହିଛନ୍ତି ।

ତେବେ ଦୂର୍ଘଟଣା ଘଟିଥିବା ସମୟରେ ବିଜୁଳୀ କରେଣ୍ଟ ନଥିବାରୁ ସେଠାରେ ଉପସ୍ଥିତ ଥିବା କୌଣସି ଲୋକଙ୍କୁ କିଛି କ୍ଷତି ନ ପହଁଞ୍ଚି ଥିବା ସ୍ଥାନିୟ ଲୋକେ କହିଛନ୍ତି । ବିଦ୍ୟୁତ ଖୁଣ୍ଟଟି ଭାଙ୍ଗିଯିବା ପରେ ଇଲେକ୍ଟ୍ରି ତାର ଗୁଡିକ ରାସ୍ତା ଉପରେ ଓହଳି ପଡି ରହିଥିବାରୁ ବହୁ ସମୟ ଧରି ସେହି ରାସ୍ତାରେ ଯିବା ଆସିବା କରୁଥିବା ପଥଯାତ୍ରୀ ବହୁତ ହଇରାଣ ହେବାର ଦେଖିବାକୁ ମିଳିଥିଲା ।।

Comments (0)
Add Comment