ବାଘଛାଲ ଚୋରା ବ୍ୟବସାୟରେ ୨ଜଣଙ୍କୁ କୋର୍ଟ ଚାଲାଣ

ଦେବଗଡ ଜିଲ୍ଲା ବାରକୋଟ ବନାଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ରୋକିବା ଲାଗି STF ପକ୍ଷରୁ ଗତ କିଛିଦିନ ହେବ ଉକ୍ତ ବନାଞ୍ଚଳରେ ତୀକ୍ଷ୍ମ ନଜର ରଖାଯାଇଥିଲା । ଏହି କ୍ରମରେ ଉକ୍ତ ଅଞ୍ଚଳରେ ଏକ ଚିତା ବାଘ ଶିକାର କରାଯାଇଥିବା ବିଶେଷ ସୁତ୍ରରୁ ସୂଚନା ପାଇ ଗତକାଲି STF DSP ପ୍ରବୀଣ କୁମାର ତ୍ରିପାଠୀ ଏବଂ SI ତୃପ୍ତି ରଞ୍ଜନ ଦାଶଙ୍କ ନେତୃତ୍ବରେ STFର ଏକ ସ୍ବତନ୍ତ୍ର ଟିମ ବାରକୋଟ ବନାଞ୍ଚଳ ଅନ୍ତର୍ଗତ କାଦୋପଡା ଗ୍ରାମରେ ଚଢ଼ଉ କରିଥିଲେ । ପରେ ଉକ୍ତ ଗ୍ରାମର ସୋମନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ରକୁ STF ଟିମ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ତିତା ବାଘର ଚମଡା ଦାନ୍ତ ନିଶ ନଖ ଓ ପଞ୍ଜା ଜବତ କରିଥିଲା । ଏ ନେଇ STF ଥାନା ପୋଲିସ ଏକ ପଚରାଉଚୁରା କରିଥିଲା । ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ଅଭିଯୁକ୍ତ ଦୁଇଜଣ ବାଘ ଶିକାର କରିଥିବା ସ୍ବୀକାର କରିଥିଲେ । ପରେ ଏହାର ଚେର ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରକୁ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ମାମଲାରେ STF ପକ୍ଷରୁ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ STF ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

Comments (0)
Add Comment