ଆଜି ଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ

ଭାରତ ବାୟୋଟେକ୍ସରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା ପାଇବା ପରେ ଟିକା କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ଦୁଇଦିନ ଠାରୁ ସ୍ଲଟ ଆବଣ୍ଟନ ଆରମ୍ଭ ହୋଇଛି । ଯେଉଁମାନେ କୋୱିନ୍ ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ଆପ ଜରିଆରେ ପଞ୍ଜୀକରଣ କରିଥିବେ ସେମାନଙ୍କୁ ସ୍ଲଟ ମିଳିବ । ସେହି ଅନୁସାରେ ଟିକା ମଧ୍ୟ ଦିଆଯିବ । ଭୁବନେଶ୍ବରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ୍ ରହିଛି । ଜୁନ ମାସ ଶେଷ ସପ୍ତାହ କିମ୍ବା ଜୁଲାଇ ଭିତରେ ଏହି ବର୍ଗର ସମସ୍ତ ନାଗରିକଙ୍କୁ ଦ୍ବିତୀୟ ଡୋଜ୍ ଦେବା ପାଇଁ ଯୋଜନା ରହିଛି । ସକାଳ ୮ଟାରୁ ଦିନ ୧ଟା ଯାଏ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ସେହିପରି ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅପରାହ୍ନ ୩ଟାରୁ ସଂନ୍ଧ୍ୟା ୬ଟା ଯାଏ ଟିକାକରଣ ହେବ ବୋଲି ଜଣାପଡିଛି । ତେବେ ଭୁବନେଶ୍ବର ମହାନଗର ନିଗମକୁ ଛାଡି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କେବେଠାରୁ ଯୁବବର୍ଗଙ୍କ ଲାଗି ଟିକାକରଣ ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି ।

Comments (0)
Add Comment