ସୁରଜପ୍ଲାଣ୍ଟର ମୁଖ୍ୟ ଶବ ରଖା ଫ୍ରୀଜ଼ର ଦାନ କଲେ

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ସୁରଜପ୍ଲାଣ୍ଟ ମେନେଜମେଣ୍ଟର ମୁଖ୍ୟ ଯୋଗେଶ ଡାଲମିୟା ସ୍ଥାନୀୟ ବିଧାୟକ ଡ଼ଃ. ସି ଏସ ରାଜନ ଏକ୍କାଙ୍କ ଅନୁରୋଧକୁ ରକ୍ଷl କରି ଏକ ଶବରଖା ଫ୍ରିରଜର ବ୍ୟବସ୍ତା କରି ଟ୍ରକମାଲିକ ସଂଘର ସଭାପତି ରାଜେଶ କୁମାର ଶର୍ମାଙ୍କୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ହସ୍ତାନ୍ତର କରିଥିଲେ l ସ୍ଥାନୀୟ ଅଞ୍ଚଳର କେହି ଅସୁବିଧାରେ ପଡି ମୃତ୍ୟୁବରଣ କରିଥିବା ଲୋକର ପରିବାରକୁ ସହଯୋଗ ପାଇଁ ଏଇ ଶବରଖା ଫ୍ରୀଜର କାମରେ ଆସିବ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକଙ୍କ ସମେତ ଇକବାଲ ମଲିକ ଓ ସହକର୍ମୀଗଣ ଉପସ୍ଥିତଥିଲେ l ରାଜଗାଙ୍ଗପୁର ପୌରାଞ୍ଚଳବାସି ମାଗଣାରେ ଏହି ଶବରଖା ଫ୍ରିଜର ବ୍ୟବହାର କରିପାରିବେ l ନିହାତି ଦରକାରଥିବା ଲୋକଙ୍କୁ ଏହି ଫ୍ରିଜର ଯୋଗାଇ ଦିଆଯିବ l

Comments (0)
Add Comment