ମୁନିଗୁଡା-ବିଷମକଟକ ହାଜରଡାଙ୍ଗୁ ନିକଟରେ ଘୋରଇବସ୍ ଫର୍ଟୁନର ଦୁର୍ଘଟଣା।

ରାୟଗଡା —-

ମୁନିଗୁଡା-ବିଷମକଟକ ହାଜରଡାଙ୍ଗୁ ନିକଟରେ ଘୋରଇବସ୍ ଫର୍ଟୁନର ଦୁର୍ଘଟଣା। ଦୁର୍ଘଟଣାରେ ୨ଜଣଙ୍କମୃତ୍ୟୁ ୬ ଗୁରୁତର । ଗୁରୁତର ମାନଙ୍କୁ ବିସମକଟକ ହସ୍ପିତାଲକୁ ସ୍ଥାନାନ୍ତର। ବସ୍ ଲକ୍ଷ୍ମୀପୁର ଠାରୁ କଟକ ଯାଉଥିଲା ସମୟରେ ବିଷମକଟକ ହାଜାରଡାଙ୍ଗୁ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଗାଡିରେ ସର୍ବମୋଟ ୩୦ ଜଣ ରହିଥିବା ସୂଚନା । ଗାଡିରେ ଦୁଇଜଣ ଡ୍ରାଇଭର ରହିଥିବା ବେଳେ ଦ୍ବୀତୀୟ ଡ୍ରାଇଭର ର ମୃତ୍ୟୁ ହୋଇଥିବା ଜଣାପଡିଛି ତାଙ୍କଘର କଳାପଥର ବୋଲି ଜଣାପଡିଛି। ଅନ୍ୟଜଣେ ମୃତ୍ୟୁବ୍ୟକ୍ତି ଜଣଙ୍କ ବସ ଯାତ୍ରୀ ଜଣକ ବୋଲି ଜଣାପଡିଛି। ଖବର ପାଇଁ ଘୋଟଣାସ୍ତଳରେ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ପହଞ୍ଚି ଗୁରୁତର ଲୋକଙ୍କୁ ଉଦ୍ଧାର କରି ହସ୍ପିତାଲକୁ ସ୍ତାନାନ୍ତର କରିବା ସହ ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିବା ଦେଖିବାକୁ ମିଳିଛି। ଏହାସହ ଘୋଟଣାସ୍ଥଳରେ ଜିଲ୍ଲାପାଳ ପ୍ରମଦ କୁମାର ବେହେରା ଓ ପିଡି ଅମୃତ ରୁଜୁରାଜ ମଧ୍ୟ ଘୋଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ନିତ କରିବା ସହ ଆହାତମାନଙ୍କ ସ୍ବାସ୍ଥଅବସ୍ଥାକୁ ଅନୁଧ୍ୟାନ କରିଥିଲେ
Comments (0)
Add Comment