ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଙ୍କ ରେଢ଼ାଖୋଲ ବାସିଙ୍କୁ ଆଉଗୋଟିଏ ଉପହାର

କୋଶଲ ନ୍ୟୁଜ୍ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଚାରମାଳ କୁ ଆସି ସାଧରତନ୍ତ୍ର ଦିବସ ଉପଲକ୍ଷେ ଏକ ଗ୍ରାମୀଣ ପାର୍କ ଉଦଘାଟନ କରିଥିଲେ | ଫଳରେ ଚାରମାଳ ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି | ଏହି ଉଦଘାଟନ ଅବସରରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଙ୍କ ସହିତ ରେଢ଼ାଖୋଲ ବିଡ଼ିଓ ଶ୍ରୀଯୁକ୍ତ ପରକ୍ଷିତ ସାହୁ , ଜିପିଇଓ ପଞ୍ଚାନନ ବେହେରା, ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ଉଦିତ ନାରାୟଣ ତ୍ରିପାଠୀ, ଚାରମାଳ ସରପଞ୍ଚ ଶ୍ରୀମତୀ ସୁପ୍ରଭା ପ୍ରଧାନ ଙ୍କ ସହିତ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ |

Comments (0)
Add Comment