ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଙ୍କ ଦ୍ଵାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ଉଦଘାଟନ

କୋଶଲ ନ୍ୟୁଜ୍ ବ୍ୟୁରୋ : ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାୟକ ଈଂ ରୋହିତ ପୂଜାରୀ ଗୁରୁବାର ଚାରମାଳ ଗସ୍ତକରି ତିନୋଟି ଉନ୍ନତି ମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି।
ପ୍ରଥମେ ଚାରମାଳ ଠାରେ ଉପ ସ୍ବାସ୍ଥ୍ୟ କେନ୍ଦ୍ର ର ଉଦଘାଟନ କରିଥିଲେ ତା ପରେ ପଞ୍ଚାୟତ ଅଫିସ ପାଖରେ ଜଳ ଯୋଗାଣ ପ୍ରକଳ୍ପ ର ଉଦଘାଟନ କରିଥିଲେ।ଶେଷ ରେ ଖୁବେଲ ମନ୍ଦିର ପରିସରରେ ହାଇ ମାସ୍କ ଲାଇଟ୍ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ରୋହିତ ପୂଜାରୀ ଙ୍କ ସହିତ ରେଢ଼ାଖୋଲ ଜିଲ୍ଲାପରିଷଦ ଜୋନ ୧ ସଭ୍ୟ ପ୍ରଦୀପ ପ୍ରଧାନ ବିଜେଡି ବ୍ଲକ୍ ସଭାପତି ଉଦିତ ନାରାୟଣ ତ୍ରିପାଠୀ, ଚାରମାଳ ସରପଞ୍ଚ ସୁପ୍ରଭା ପ୍ରଧାନ, ସମିତି ସଭ୍ୟ ବ୍ରଜକିଶୋର ପ୍ରଧାନ ଓ ବଉଁଶା ଜାଲ ସରପଞ୍ଚ ଲକ୍ଷ୍ମଣ ପ୍ରଧାନ ଯୋଗ ଦେଇଥିଲେ।
Comments (0)
Add Comment