ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓଲଟି ଦୁର୍ଘଟଣା ୨ ଗୁରୁତର

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରେଖା ଆମପାଣୀ ଘାଟିରେ ବସ ଓଲଟି ଦୁଇ ଗୁରୁତର। ସୂଚନା ଅନୁସାରେ ରାଜଧାନୀ ଭୂବନେଶ୍ବର ରୁ ମାଲକାନଗୀରୀ ଆସୁଥିବା ” ଦିଲଖୁସ୍ ” ନାମକ ଏକ ଘରୋଇ ବସ୍ ଆମପାଣୀ ଘାଟିରେ ଓଲଟି ପଡିଥିଲା I ତେବେ ଏଥିରେ ଥିବା ବସ ହେଲ୍ପର୍ ଓ ଅନ୍ଯ ଜଣେ ଗୁରୁତର ଆହାତ ହୋଇଥିବା ବେଳେ ଅନ୍ଯ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି I ଏନେଇ ଘଟଣା ସ୍ଥଳରେ ଆମପାଣୀ ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି I
Comments (0)
Add Comment