ଆମପାଣୀ ଘାଟିରେ କଲରା ପତରିଆ ବାଘ


କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସିମାନ୍ତ ତଥା କୋକସରା ବ୍ଲକ୍ ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ଘାଟିରେ କଲରା ପତରିଆ ବାଘ ବୁଲୁଥିବା କ୍ଯାମେରା ରେ କଏଦ୍ ହୋଇଛି I ସଂରକ୍ଷଣ ସାହାଜଖୋଲ୍ ଜଙ୍ଗଳ ଟି କ୍ଷୟ ହେବାରେ ଲାଗି ରହିଥିବା ବେଳେ ଦୀର୍ଘ ଦିନପରେ ବାଘ ଦେଖିବାକୁ ମିଳିଛି I


 ତେବେ ଗତ କାଲି ବିଳମ୍ବିତ ରାତ୍ରୀ ରେ କଲରା ପତରିଆ ବାଘ ବୁଲୁଥିବା ସମୟରେ ଆଲୋକ ପାଣୀଗ୍ରାହି ନିଜ ସାଙ୍ଗମାନଙ୍କ ସହ ଜୟପୁର ପଟୁ ନିଜ ଗାଁ ସିଉନି କୁ ଗତକାଲି ପ୍ରାୟ ମଧ୍ଯ ରାତ୍ରୀ ସମୟରେ ଫେରୁଥିବା ବେଳେ ଟର୍ଲିଆମ ଗାଁ ବୁଲାଣୀ ନିକଟରେ ଏହି କଲରା ପତରିଆ ବାଘକୁ ଦେଖି ନିଜ କ୍ଯାମେରାରେ ବାଘ ବୁଲୁଥିବା ଚିତ୍ର କଏଦ୍ କରିଥିଲେ I ଏନେଇ ପୂର୍ବରୁ ଏହି ଜଙ୍ଗଳରେ ଭାଲୁ ଦେଖା ଦେଇଥିବା ବେଳେ ଏବେ କଲରା ପତରିଆ ବାଘ ଦେଖିବାକୁ ମିଲିଛି I ତେବେ ଲୋକଙ୍କ ମନରେ ଭୟ ବାତାବରଣ ସୃଷ୍ଟି ହେଉଛି I ଏନେଇ ଆମପାଣୀ ଜଙ୍ଗଳ ବନପାଳଙ୍କ ପ୍ରତିକ୍ରିୟା ମିଲି ପାରିନାହିଁ I
Comments (0)
Add Comment