ଓଲଟିଲା ଫଲ ବୋଝେଇ ଯାଉଥିବା ବୋଲେରୋ ପିକ୍ଅପ୍ , ୨ ଆହତ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧିନସ୍ଥ ୨୬ ନଂ ଜାତୀୟ ରାଜପଥ ଚିଲିଗୁଡା ରାସ୍ତାରେ ଆଜି ଭାରସାମ୍ୟ ହରାଇ ଏକ ଫଲ ବୋଝେଇ ବୋଲେରୋ ପିକଅପ୍ ଯାହାର ଗାଡି ନଂOD08K9666 ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ଼୍ରାଇଭର ଓ ହେଲପର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭବାନୀପାଟଣା ରୁ ନବରଙ୍ଗପୁର ଯାଉଥିବା ବେଳେ ପଛପଟ ଚକ ଫାଟିଯାଇଥିଲା ଫଳରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଜଣାପଡିଛି
Comments (0)
Add Comment