କୁସୁମଖୁଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାରବାହାଲ କୁ ହରାଇ ଗତାବନ୍ଧ ଚମ୍ପିଆନ।

କୋଶଲ ନ୍ୟୁଜ୍ ବ୍ୟୁରୋ : କଲାହାଣ୍ଡି ଜିଲ୍ଳା କୋକସରା ବ୍ଲକ କୁସୁମଖୁଣ୍ଟି ଏନ ଏଚ ୨୬ ପାଖ ମିନିଷ୍ଟାଡିଅମରେ କୁସୁମଖୁଣ୍ଟି କ୍ରିକେଟ କ୍ଳବ ଆନୁକୂଲ୍ୟରେ ନକଆଉଟ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଗତାବନ୍ଦ ଓ ଚାରଵାହାଲ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ ଗତାବନ୍ଧ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ ୧୨ ଓଭର ରେ ୮ ଉଇକେଟ ହରେଇ ୧୧୮ ରନ ସଂଗ୍ରହ କରିଥିଲେ l ଜବାବରେ ଚାରବାହାଲ ଦଳ ୪ ଉଇକେଟ ହରେଇ ୧୦୯ ରନ କରି ପରାଜିତ ହୋଇଥିଲେ।ଗତାବନ୍ଦ ଦଳ ର ଚିତା ମାଝୀ ଙ୍କୁ ମ୍ୟାନ ଅଫ ଦି ସିରିଜ ଓ ଚାରବାହାଲ ଦଳ ର ଗୋପି କିଷାନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରଯାଇଥିଲା।
କୁସୁମଖୁଣ୍ଟି କ୍ରିକେଟ କ୍ଳବ ର ଅଶ୍ୱିନ କର ଓ ରାଜା କୁମାର ବାଗ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଦିବସରେ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ର ଖେଲ ଶିକ୍ଷକ କୃପାସିନ୍ଧୁ ପାତ୍ର ଯୋଗଦେଇଥିଲେl ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନିହାର ରଞ୍ଜନ ମୁଣ୍ଡ,ଟିକେଶ୍ୱର ରାଉତ, ଲିଙ୍ଗରାଜ ବେହେରା,ଅନିଲ ବାଗ,ମୂରଲୀ ବିଶି, ସୁଦର୍ଶନ ବେହେରା ପ୍ରମୁଖ ଯୋଗ ଦେଇ ବିଜୟୀ ଓ ରନର୍ସଅପ ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ୮୦୦୦ଓ ୬୦୦୦ ଟଙ୍କା ପ୍ରଦାନ କରିଥିଲେ।ବରିଷ୍ଠ କ୍ରିକେଟର ହିରଣ୍ୟ ବେହେରା ଓ ଦୟାନିଧି କର ଏହି ଖେଳ କୁ ପରିଚାଳନା କରିଥିଲେ l ଲାବାନ୍ୟ ବେହେରା ସ୍କୋର ବୋର୍ଡ ଦାୟିତ୍ଵରେ ଥିବା ବେଳେ ମନମୋହନ ଦାସ ଓ ପ୍ରଶାନ୍ତ କୁମାର ଖିଲ ଖେଳର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ ପ୍ରଦାନ କରିଥିଲେ lକୁସୁମଖୁଣ୍ଟି କ୍ରିକେଟ କ୍ଲବ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।
Comments (0)
Add Comment