ଖୁସି ଚାରିଟେବୁଲ ଟ୍ରଷ୍ଟ” ତିଲଜୋଡି ତରଫରୁ ଦୀପ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

 କଳାହାଣ୍ଡି ର ଭବାନୀପାଟଣା ଓ ଜୁନାଗଡ଼ ଠାରେ ଦୀପ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି I ପ୍ରଥମେ ଜୁନାଗଡ଼ ସହରର ଥାନା ସମୁଖରେ150 ରୁ ଉର୍ଦ୍ଧ ଲୋକଙ୍କୁ 1000 ଦୀପ ପ୍ରଦାନ କରିବା ସହିତ  ମାଟି ତିଆରି ଦୀପରେ ଦୀପାବଳି ପାଳନ କରିବା ପାଇଁ ଏକ ଲିଫ୍ଲେଟ ଦେଇ ସଚେତନ କରିଥିଲେ l ସହରର ସମସ୍ତେ ଦୀପ ନେଇ ମାଟି ଦୀପରେ ଦୀପାବଳି ପାଳନ କରିବା ପାଇଁ କହିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଯୁବ ସ୍ବେଛାସେବୀ ଅର୍ଜୁନ ବାଗ, ସମ୍ବାଦ ରିପୋର୍ଟର କୁମରମଣି ଦୁର୍ଗା ସହଯୋଗ କରିଥିଲେ l 

 ପରେ ପରେ ଭବାନୀପାଟଣା ଠାରେ ମଧ୍ୟ 1000 ଦୀପ ବଣ୍ଟନ 150 ରୁ ଉଦ୍ଧ ଲୋକଙ୍କୁ ବଣ୍ଟନ କରିଥିଲେ l ଭବାନୀପାଟଣା ର ଘୋଡାଘାଟ ଛକ ଠାରେ ଦୀପ ବଣ୍ଟନ କରାଗଲା  ଏଥିରେ ଟ୍ରଷ୍ଟ ର ଉପଦେଷ୍ଟା ଭୁବନହରି ପ୍ରଧାନ, ଗନ୍ଧର୍ବ ଗୌଡ଼ ସହଯୋଗ କରିଥିବା ବେଳେ ଟ୍ରଷ୍ଟ ର ସମ୍ପାଦକ ଯଶୋବନ୍ତ ରଣା ଙ୍କ ନେତୃତ୍ୱରେ ରୋମାଞ୍ଚଳ ରଣା,  ପ୍ରବୀଣ ସାଏ, ଗୋକୁଳ ସାହୁ, ପୂର୍ଣ୍ଣଚନ୍ଦ୍ର ରଣା, ମହେନ୍ଦ୍ର ନାଏକ, ବିରନ୍ତ ନାଏକ, ଦୋଳେଶ୍ୱର ମାଝୀ, ମିନିକେତନ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l

Comments (0)
Add Comment