ଖୁସି ଚାରିଟେବୁଲ ଟ୍ରଷ୍ଟ ସହଯୋଗ ରେ ଦୁଇ ଦିବ୍ୟାଙ୍ଗ ଭଉଣୀଙ୍କୁ ହୁଇଲଚେୟାର ମିଳିଲା

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଳି ଗାଁ ର ଦୁଇ ଦିବ୍ୟାଙ୍ଗ ଭଉଣୀ ହିଲଚେୟାର ଓ ଶୌଚାଳୟ ପାଇଁ ବିଭିନ୍ନ ଅଫିସ ଓ ରାଜନେତା ଙ୍କୁ କହି ଥକି ଯାଇଥିଲେ l ଗତ କିଛିଦିନ ତଳେ ଶେଷରେ ତାଙ୍କ ବଡ ଭାଇ ଖୁସି ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ l ଖବର ପାଇ ଟ୍ରଷ୍ଟ ସମ୍ପାଦକ ଯଶୋବନ୍ତ ରଣା ଓ ସହ-ସମ୍ପାଦକ ଗୋକୁଳ ସାହୁ ତାଙ୍କ ପାଖକୁ ପହଂଚି ସମସ୍ତ ଅସୁବିଧା ବୁଝି ପଚାରିଥିଲେ l ପରେ ଏହି ସମସ୍ୟା କୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଟ୍ରଷ୍ଟ ପକ୍ଷରୁ ଜଣାଇଥିଲେ l 

ଏହି ସମସ୍ୟା କୁ ଆଧାର କରି କଳାହାଣ୍ଡି ଜିଲ୍ଲାପାଳ ଗୁରୁତ୍ୱର ସହ ନେଇ ଶୀଘ୍ର ହୁଇଲଚେୟାର ଓ ଶୌଚାଳୟ ର ବ୍ୟବସ୍ତା କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ 24 ଘଣ୍ଟା ନ ପୂରୁଣୁ ଗତକାଲି ସକାଳେ ଦୁଇ ଭଉଣୀଙ୍କ ପାଇଁ ଦୁଇଟି ହୁଇଲଚେୟାର ଯୋଗାଇଥିଲେ l ଆଜି ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇ ଭଉଣୀଙ୍କୁ ପୁଣି ଭେଟି ଥିଲେ l ଦୁଇ ଭଉଣୀ ବହୁତ ଖୁସି ଥିବା କଥା ସଦସ୍ୟ ମାନଙ୍କୁ କହିଥିଲେ l ଏହି ଅବସରରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ସଂଗଠନ ର କାର୍ଯ୍ୟକର୍ତ୍ତା ମାନେ ବହୁତ ବହୁତ ଧନ୍ୟବାଦ ଜଣେଇଥିଲେ l
Comments (0)
Add Comment