ଗର୍ଭବତୀ ମହିଳାକୁ ନେଇ ଯାଉଥିବା ୧୦୮ ଅମ୍ବୁଲାନ୍ସ ବାଟରେ ଖରାପ

କୋଶଲ ନ୍ୟୁଜ୍ ବ୍ୟୁରୋ  : କଳାହାଣ୍ଡି:  ଗତ ୧୫ ତାରିଖ ଦିନକଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତେରେଙ୍ଗାସିଲ ଗ୍ରାମର ଗର୍ଭବତୀ ମହିଳା ଜଣକ ୩୫ ବର୍ଷୀୟା ଉର୍ମିଳା ମାଝୀ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଆଶା ଦିଦି ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ।ଡାକ୍ତର ତାଙ୍କର ଅବସ୍ଥା ଦେଖି ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦୮ ଅମ୍ବୁଲାନ୍ସ ନଥିବା ଯୋଗୁଁ ବିଳମ୍ବ ଦେଖି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୦୮ ଅମ୍ବୁଲାନ୍ସ ପହଞ୍ଚି ଏହି ଗୁରୁତର ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ବେଳେ ବାଟରେ ଖରାପ ହୋଇଯାଇଥିଲା।

ଗର୍ଭବତୀ ମହିଳା ଜଣକ ଗୁରୁତର ଅବସ୍ଥାରେ ସେହି ୧୦୮ ଅମ୍ବୁଲାନ୍ସ ଭିତରେ ଛଟପଟ ହେଉଥିଲେ।ଏହି ଘଟଣାର ସୂଚନା ପାଇ ଥୁଆମୂଳ ରାମପୁରର ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ତୁରନ୍ତ ଫୋନ୍ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନିତିଶ କୁମାର ଝାଙ୍କୁ ଯୋଗାଯୋଗ କଲାପରେ ଡାକ୍ତର ଝା ତୁରନ୍ତ ସେଠାରେ ଥିବା ୧୦୨ ଅମ୍ବୁଲାନ୍ସ ଗାଡି ପଠାଇଥିଲେ।ପରେ ୧୦୮ ଅମ୍ବୁଲାନ୍ସ ଗାଡିରୁ ୧୦୨ ଅମ୍ବୁଲାନ୍ସ ଗାଡିରେ ଭର୍ତ୍ତି କଲାପରେ ଗର୍ଭବତୀ ମହିଳା ଉର୍ମିଳାକୁ ନେଇ ଭବାନୀପାଟଣା ଡାକ୍ତରଖାନାକୁ ନେଇଯାଇଛି
Comments (0)
Add Comment