ଗ୍ରାମାଞ୍ଚଳ ରାଜ ମିସ୍ତ୍ରୀ ମାନଙ୍କ ପାଇଁ ନିଶୁଳ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

କୋଶଲ ନ୍ୟୁଜ୍ ବ୍ୟୁରୋ : NIAM EDUCATION FOUNDATION ଦ୍ବାରା କୋକସରା ବ୍ଲକ ମହିମା ଗ୍ରାମ ପଞ୍ଚାୟତ ର ରାଜ ମିସ୍ତ୍ରୀ ମାନଙ୍କ ପାଇଁ ନିଶୁଳ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ରାଜ ମିସ୍ତ୍ରୀ ମାନଙ୍କୁ ଆଲୋକ କୁମାର ମହାନ୍ତି ତାଲିମ୍ ପ୍ରଦାନ କରୁଥିବା ବେଳେ ମୁଖ୍ୟ ଅତଥିଭାବେ ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ସତ୍ୟବ୍ରତ ଦାସ, ଜିଲ୍ଲା ଅଧକ୍ଷ ଦ୍ବାରିକା ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ମାନବାଧିକାର କମିଶନ ଓ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମିଡିଆ ଅଫିସର ଶ୍ରୀ କିଶନ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ।
ବ୍ଲକ ସ୍ତରରେ ମିସ୍ତ୍ରୀ ମାନଙ୍କୁ ଏହା ଦ୍ବାରା ପ୍ରଶିକ୍ଷଣ କରି ସ୍ବାବଲମ୍ବୀ କରିବା ସହ ରୋଜଗାର ଯୋଗାଇବ ।ଏହି ପ୍ରଶିକ୍ଷଣ ୪୫ ଦିନ ଯାଏ ଚାଲିବ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ପକ୍ଷରୁ ଦୈନିକ ମଜୁରି ବାବଦକୁ 320 ଟଙ୍କା ଓ ଭୋଜନ ପାଇଁ ଦୈନିକ 100 ଟଙ୍କା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ମିସ୍ତ୍ରୀ ମାନକୁ ଉନ୍ନତ ଆଉ ଆଧୁନିକ ଜ୍ଞାନକୌଶଳ ର ଶିକ୍ଷ୍ୟା ପ୍ରଦାନ କରିବା. ୪୫ ଦିନ ର ଟ୍ରେନିଂ ପରେ, ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ମିସ୍ତ୍ରୀ ମାନକୁ Skill India ତରଫରୁ CERTIFICATE ପ୍ରଦାନ କରାଯିବ।
Comments (0)
Add Comment