ଚପ୍ରିଆ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା,୧୦୨ ଜନନୀ ଏକ୍ସପ୍ରେସ ଗାଡି କାହାପାଇଁ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ! ନୂଆଗାଁ ଗ୍ରାମପଞ୍ଚାୟତର ପଦ୍ମପୁର ଗ୍ରାମର ଗଗନ ସୁନାନୀଙ୍କ ପତ୍ନୀ କୁମାରୀ ସୁନାନୀ ଗର୍ଭବତୀ ଥିବାସ୍ଥଳେ ଆଜି ରବିବାର ସକାଳ।ସମୟରେ ହଠାତ ଯନ୍ତ୍ରଣା ହେତୁ ଜନନୀ ଏକ୍ସପ୍ରେସକୁ ଫୋନକରିଥିଲେ ! ସେହି ଗାଡ଼ିରେ ଚପରିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଁଚାଇଲା ପରେ ଡାକ୍ତର ନ ଥିଲେ ଦେଖିଲା ବେଳକୁ ଜଣେନର୍ସ ଓ ଜଣେ ଝାଡୁଦାର ହସ୍ପିଟାଲରେ ବସିଥିଲେ ! 

ତାଙ୍କୁ ପଚାରିବାପରେ ଡାକ୍ତର ଆସିଯିବେ କହି ସକାଳ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଅପେକ୍ଷା କରି ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଲା ଡାକ୍ତର ଆସିଲାନି ଜନନୀ ଏକ୍ସପ୍ରେସରେ ଧର୍ମଗଡ଼ ହସ୍ପିଟାଲକୁ ନେବା ପାଇଁ ଚେଷ୍ଟାକଲେ ହେଲେ ଜନନୀଏକ୍ସପ୍ରେସ ସେଠାରେ ନ ଥିଲା ! ତାପରେ ହିମାଂଶୁ ସେନାପତିର ବୋଲେରୋ ଗାଡ଼ିରେ ଧର୍ମଗଡ ହସ୍ପିଟାଲକୁ ସ୍ଥାନାନ୍ତରିତକରିଥିଲେ ! 

ଏଥିରୁ ପ୍ରଶ୍ନବାଚୀ ସୃଷ୍ଟିହେଉଛି ଜନନୀ ଏକ୍ସପ୍ରେସ କାହାପାଇଁ, ରବିବାର ଦିନ ଡାକ୍ତରଖାନାରେ ଡାକ୍ତରମାନଙ୍କର ଛୁଟି ଥାଏ କି? ଯାଫଳରେ କି ଗର୍ଭବତୀମହିଳା, ରୋଗୀମାନେ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି ! ଏହାକୁ ଦୃଷ୍ଟିରେରଖି ସରକାର ଓ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା
Comments (0)
Add Comment