ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଙ୍କ ସଫଳତା

କୋଶଲ ନ୍ୟୁଜ୍ ବ୍ୟୁରୋ |ଭବାନୀପାଟଣା: ଭାରତର ଖ୍ୟାତି ସମ୍ପନ୍ନ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲା ର ଦୁଇ ଜଣ କୃତିତ୍ବ ହାସଲ କରିଛନ୍ତି । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନ ର କଳାହାଣ୍ଡି ବିଶ୍ବବିଦ୍ୟାଳୟ ରୁ ଉଭୟ ସ୍ନାତକ ପାସ କରିଛନ୍ତି । ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ ପୁଜାରୀଗୁଡା ର ଭୋଳେଶ୍ବର ନାଏକ ଜେଏନୟୁ ରାଜନୀତି ବିଜ୍ଞାନ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତିରେ ପ୍ରଥମ ରାଙ୍କ ରଖି ସଫଳତା ପାଇଛନ୍ତି । ସେ ପଶ୍ଚିମ ଛାତ୍ରବାସରେ ରହି ପାଠ ପଢୁଥିଲେ । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଳକ ଅନ୍ତର୍ଗତ ପଲାସ ଗ୍ରାମର ଛାତ୍ରୀ ସରୀତା ଦୁର୍ଗା ପଦାର୍ଥ ବିଜ୍ଞାନ ରେ ସର୍ବଭାରତୀୟ ସ୍ତରରେ ୪ ନଂ ରେଙ୍କ ରଖି କୃତିତ୍ବ ହାସଲ କରିଛନ୍ତି । ଗରୀବ ପରିବାର ରୁ ଆସିଥିବା ସରୀତା ମଧ୍ୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ଠାରେ ୨୦୧୯ ମସିହାରେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି ।  ଉଭୟଙ୍କ ସଫଳତା ପାଇଁ କଳାହାଣ୍ଡି ସାରା ଖୁସିର ଲହରୀ ଖେଳିଯାଇଛି ।ବିଶ୍ବସ୍ତରୀୟ ଜେଏନୟୁ ବିଶ୍ବବିଦ୍ୟାଳୟରେ ପଢିବାର ସୁଯୋଗ ପାଇଥିବାରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଉଭୟଙ୍କ କୃତିତ୍ବ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କଳାହାଣ୍ଡି ରୁ ବୁଦ୍ଧେଶ୍ୱର ଚୌଧୁରୀ ଙ୍କ ରିପୋର୍ଟ, କୋଶଲ ନ୍ୟୁଜ୍ |
Comments (0)
Add Comment