ନିଜ ଗାଁ କୁ ଫେରିଲା ଦାଦନ ଶ୍ରମିକର ଶବ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ଦାଦନ ଶ୍ରମିକର ଶବ ଫେରିଲା ଗାଁ କୁ, ଗାଁରେ ଶକାକୁଳ ପରିବେଶ ।ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଳୁଛନ୍ତି, କିନ୍ତୁ ଗରିବ ଲୋକଙ୍କ ପାଇଁ ତାହା ସାତ ସପନ ପାଲଟିଛି, ସରକାର ବିକାଶର ନାରା ଦେଇ ଗାଁ କୁ କାମ ଓ ମାଁକୁ ସନମ୍ମାନ ବୋଲି ଡିମ୍ବରା ପିଡୁଥିବା ବେଳେ ,ଆଜି ନିଜ ଗାଁରେ କାମ ଧନ୍ଦା ନ ମିଳିବାରୁ ନିଜର ଭିଟା ମାଟି କୁ ଛାଡ଼ି ପରିବାରକୁ ପ୍ରତି ପୋଷଣ କରିବା ପାଇଁ ଅନ୍ୟ ରାଜ୍ୟ କୁ ଦାଦନ ଖଟିବା କୁ ଯାଉଛନ୍ତି ଶହ ଶହ ଲୋକ ସେଠାରେ କିଏ ତ ନିଜ ହାତ କୋଟା ହୋଇ ଫେରୁଛି, କିଏ ତ ଶବ ହୋଇ ଫେରୁଛି କାହାର ତ ନିଜ ଭିଟା ମାଟି କୁ ମୃତ ଶବ ମଧ୍ୟ ଆସି ପାରୁନାହିଁ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳ ଥୂଆମୁଳ ରାମପୁର ବ୍ଲକ ଅଡ୍ରୀ ଗ୍ରାମ ପଞ୍ଚାୟତର ଦୋଳଗୁଡା ଗ୍ରାମରେ । ଦୋଳଗୁଡା ଗ୍ରାମର ଗଜିନ୍ଦ୍ର ନାଏକ ବୟଷ ୩୫ ସେ ନିଜ ଅଞ୍ଚଳରେ କିଛି କାମ ଧନ୍ଦା ନମିଳିବାରୁ ପରିବାର ପ୍ରତି ପୋଷଣ ନକରି ପାରିବାରୁ, ଗାଁ ଛାଡ଼ି ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲେ, ସେ ତାମିଲନାଡୁ ର କଇମ୍ବାଟୁର ସହରରେ ଥିବା ଉତ୍କଳ ମଣ୍ଡାପମ୍ ନାମକ ଏକ ଏଭିଟି ଚା କମ୍ପାନୀ ରେ ଗଜିନ୍ଦ୍ର କୁଳି ମଞ୍ଜୁରୀ ଭାବରେ ଲେବର କାମ କରୁଥିଲେ ଓ ଦ୍ବି ପଇସା ରୋଜଗାର କରି ପରିବାର ପ୍ରତି ପୋଷଣ କରୁଥିଲେ । 
 ଗଜିନ୍ଦ୍ର ତା,୧୭ ରିଖ ଦିନ ସଂଧ୍ୟା ପ୍ରାୟ ସାତଟା ସମୟରେ ଫୋନ୍ କରି ଘର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ତା ୧୮ ରିଖ ଦିନ ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଗଜିନ୍ଦ୍ରର ମୃତ୍ୟୁ ହୋଇଛି ବୋଲି ତାଙ୍କ ସହିତ କାମ କରୁଥିବା ବ୍ୟକ୍ତି ଘର ଲୋକଙ୍କୁ ଫୋନ୍ କରି କହିଥିଲେ, ଗଜିନ୍ଦ୍ରର ମୃତ୍ୟୁ ଖବର ଶୁଣିବା ପରେ ଅଞ୍ଚଳରେ ଶକା କୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ବ୍ୟକ୍ତିଙ୍କ ଶବ ଗାଁ କୁ ଆଣିବା ପାଇଁ ବିଧାୟକ ଙ୍କୁ ଜଣାଇଥିଲେ, ବିଧାୟକ ଶ୍ରୀ ପ୍ରଦୀପ ଦିଶାରିଙ୍କ ହସ୍ତକ୍ଷେପ ଓ ଜିଲ୍ଲା ପ୍ରଶାସନ ଙ୍କ ସହଯୋଗରେ ଦାଦନ ଶ୍ରମିକର ଶବ ନିଜ ଗାଁ କୁ ଫେରି ଥିଲା । ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଗଜିନ୍ଦ୍ର କୁ ଯୋଜନା ବୋଧ ଭାବରେ ହତ୍ୟା କରାଯାଇଛି ବୋଲି ଥୂଆମୁଳ ରାମପୁର ଥାନା ରେ ଏତଲା ଦେଇଥିବା ଆମ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
ଖବର ପାଇ ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ନାଏକ ଦୋଳଗୁଡା ଗ୍ରାମକୁ ଯାଇ ଶୋକାକୁଳ ପରିବାର କୁ ସାନ୍ତ୍ବନା ଦେବା ସହିତ ନଗଦ ଅର୍ଥ ରାଶି ମଧ୍ୟ ପ୍ରଦାନ କରିଥିଲେ ।

Comments (0)
Add Comment