ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ୩୩/୧୧ କେ. ଭି. ବିଦ୍ୟୁତ୍ ସବ୍ ଷ୍ଟେସନ ଉଦ୍ ଘାଟନ

କୋଶଲ ନ୍ୟୁଜ୍ ବ୍ୟୁରୋ: ସୋମବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ରୂପରେ ନବ ନିର୍ମିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ କୁ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ,ମାନ୍ୟବର ଶକ୍ତି, ଶିଳ୍ପ, ଏମ୍. ଏସ୍. ଏମ୍. ଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ,ଓଡ଼ିଶା ସରକାର ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌସୁଧି ବାଗ , ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସବ୍ୟାରାଣୀ ବାଗ ,ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ।

ଏହି ଉତ୍ସବରେ ମାନ୍ୟବର କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍ ଉପରେ ଆଲୋଚନା କରି ଜନସାଧାରଣ ଙ୍କ ପ୍ରତେକ ସମସ୍ୟା କୁ ଦୁର କରି ବୋଲି ଅଭିଭାଷଣରେ କହିଗଲେ। ଏବଂ ପରିଶେଷରେ ଏଠାରେ କିନ୍ନର ଭତ୍ତା, ବିଧବାଭତ୍ତା, ଭଲି ଅନେକ ପୁରସ୍କାର ପ୍ରଦାନ କରି ସାରି , କୋକଶରା ବ୍ଳକ୍ ଟେମେରା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଠାରେ ନବନିର୍ମିତ ୩୩/୧୧ କେ. ଭି. ବିଦ୍ୟୁତ୍ ସବ୍ ଷ୍ଟେସନ ଉଦ୍ ଘାଟନ କରିଥିଲେ ।।

Comments (0)
Add Comment