ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଉଚ୍ଚଶିକ୍ଷା ଠାରୁ ବଞ୍ଚିତ ଛାତ୍ର

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ତେନ୍ତୁଳିପଡା ଗ୍ରାମର ଅନନ୍ତ ପୋଟା ପିତା ଭକ୍ତରାମ ପୋଟା। ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ସ୍ଥିତ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ୨୦୧୮ ମସିହାରେ ନାମ ଲେଖାଇଥିଲେ।ସେ ୨୦୧୯-୨୦ ଶିକ୍ଷା ବର୍ଷରେ (CHSE) ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ ପରୀକ୍ଷା ଦେଇଥିଲେ।ତାଙ୍କର ରୋଲ ନମ୍ବର 335MZ048 ଥିଲା।କିନ୍ତୁ ଦୁର୍ଭାଗ୍ୟର କଥା ବିନା କାରଣରେ ତାଙ୍କର ପରୀକ୍ଷା ଫଳ M ହୋଇ ଯାଇଛି।ଏହା ବୋର୍ଡ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଓ ଅବହେଳା ପାଇଁ ଏହିପରି ହୋଇଛି।ସେ ବାରମ୍ବାର କଲେଜ ଓ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି।ଏହା ସହ ସେ ଟୁଇଟର୍ ରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ପରିତାପର ବିଷୟ ଏହା ଯେ କୌଣସି ନେତା ମନ୍ତ୍ରୀ କିମ୍ବା କୌଣସି ସରକାରୀ ଅଧିକାରୀ ମଧ୍ୟ ଶୁଣୁ ନ ଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ତାଙ୍କର ଗୋଟିଏ ଶିକ୍ଷା ବର୍ଷ ନଷ୍ଟ ହେବା ସହ ଭବିଷ୍ୟତ ଅନ୍ଧାର ହୋଇଯାଇଛି।ଏଥିପ୍ରତି ଦୃଷ୍ଟି ଦେଇ ବୋର୍ଡ କର୍ତ୍ତୃପକ୍ଷ ଯଥାଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।।

Comments (0)
Add Comment