ପାନୀୟ ଜଳ ପାଇଁ ଡହକ ବିକଳ ଗ୍ରାମବାସୀ ସେପଟେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା

ଧର୍ମଗଡ୍ ( କୋଶଲ ନ୍ଯୁଜ୍ ବ୍ଯୁରୋ ) ୦୩/୧୨/୨୦୨୦- ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ବାସ୍ତବରେ ଏହି ଯୋଜନା ସବୁ ବାଟବଣା ହୋଇ ପଡିଛି । ଲୋକେ ଏଠି ଫ୍ଲୋରାଇଡ୍ ଯୁକ୍ତ ପାଣୀ ପିଇ କିଏ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଛି ତ ପୁଣୀ କିଏ ମୃତ୍ଯୁ ମୁଖକୁ ଚାଲି ଯାଇଛି । କିନ୍ତୁ ଏଠି ବାସ୍ତବ ଚିତ୍ର ଅଲଗା ଓଭରହ୍ଯାଡ୍ ଟ୍ଯାଙ୍କ୍ ରହିଥିଲେ ମଧ୍ଯ ପାନୀୟ ଜଳ ପାଇଁ ଅଭିସପ୍ତ ପାଲଟିଛି ଗାଁ ।

ଏ ଚିତ୍ରଟି ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ୍ ବ୍ଲକ୍ ଡୁମେରଗୁଡା ଗାଁ ଯାହା କି ଅଭିସପ୍ତ ଗାଁ ଭାବେ ପରିଚିତ I ଏହି ଗାଁରେ ଥିବା ନଲକୂପ ଗୁଡିକ ରୁ ଅଧିକାଂଶ ନଳକୂପ ମାନଙ୍କରେ ଫ୍ଲୋରାଇଡ୍ ଯୁକ୍ତ ପାଣୀ ବାହାରୁ ଥିବାରୁ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ଯୁ ବରଣ କରି ସାରିଲେଣି ।

ଗ୍ରାମବାସୀ ଙ୍କ ଆନ୍ଦୋଳନ ପରେ ଏହି ଗାଁରେ ପ୍ରାୟ ୩ କୋଟି ଟଙ୍କା ବ୍ଯୟ ଅଟକଳରେ ଏକ ଓଭରହ୍ଯାଡ୍ ଟ୍ଯାଙ୍କ୍ ନିର୍ମାଣ କରାଯାଇଥିଲା । ସ୍ଥାନୀୟ ନଦୀରୁ ବିସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସ୍ଥିର କରାଯାଇ ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଗଲା । ହେଲେ କିଛି ଦିନ ପାନୀୟ ଜଳ ଯୋଗାଣ ହେବା ପରେ ଜଳ ଯୋଗାଣ ବନ୍ଦ ହେବାପରେ ଗ୍ରାମବାସୀ ଏବେ ନାହିଁ ନଥିବାର ସମ୍ମୁଖିନ ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏବେ ମଧ୍ଯ ପାନୀୟ ଜଳ ଯୋଗାଣ ବନ୍ଦ ହେବାପରେ ନଳକୂପ ର ପାଣୀ ପିଇ ଅନେକ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ଥିବା ଅଭିଯୋଗ କରିବା ସହ ତୁରନ୍ତ ନଦୀରୁ ପୁଣି ଥରେ ପାନୀୟ ଜଳ ଯୋଗାଇବାକୁ ଦାବି କରୁଛନ୍ତି ଗ୍ରାମବାସୀ । 

ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ ଥିବା କଥାକୁ ନେଇ ସ୍ଥାନୀୟ ସରପଞ୍ଚ କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କେବେ ଓଭରହ୍ଯାଡ୍ ଟ୍ଯାଙ୍କ୍ ରୁ ଜଳ ଯୋଗାଣ କରାଗଲା ତାହା ଜାଣି ନଥିବା ସୂଚନା ଦେଇଛନ୍ତି । ଏହା ସହ ପଞ୍ଚାୟତ କୁ ଓଭରହ୍ଯାଡ୍ ଟ୍ଯାଙ୍କ ହସ୍ତାନ୍ତର କରାଯାଇ ନଥିବା କଥା ମତପ୍ରକାଶ କରିଛନ୍ତି ସରପଞ୍ଚ । ଅନ୍ଯପଟେ ବିଦ୍ଯୁତ୍ ବିଲ୍ ଯୋଗୁଁ ଜଳ ଯୋଗାଣ ବନ୍ଦ ଥିବାବେଳେ ବିଦ୍ଯୁତ ବିଲ୍ ପଇଠ କଲେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ । ତେବେ ପଞ୍ଚାୟତ କୁ ପାଣୀ ଟାଙ୍କି ଓ ଜଳ ଯୋଗାଣ ବ୍ଯବସ୍ଥା ହସ୍ଥାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ବକେୟା ଥିବା ବିଦ୍ଯୁତ୍ ବିଲ୍ ପଇଠ କରିବ କିଏ ଏବଂ କେବେ ପୁଣି ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ଡୁମେରଗୁଡା ଗ୍ରାମବାସୀ ଓ କିଡ୍ନି ରୋଗରୁ ଦୂରେଇ ରଖିବେ ଏବେ ତାହା ଦେଖିବାକୁ ବାକିରହିଲା । ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍
Comments (0)
Add Comment