ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୦ ପାଇଲେ ଯୁବ ସ୍ୱେଚ୍ଛାସେବୀ ହେମସାଗର ସାହୁ।

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି :ପ୍ରକୃତି ଓ ପରିବେଶ ସୁରକ୍ଷା ତଥା ଜନସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହରୁ ଯୁବ କେନ୍ଦ୍ର ସଙ୍ଘଠନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ କରାଯାଇଛି । 
ନର୍ଲା ବ୍ଲକ ର ସମସ୍ତ ଗ୍ରାମାଞ୍ଚଲରେ ପ୍ରକୃତି ଓ ପରିବେଶ ସୁରକ୍ଷା ତଥା ନିଜ ଉଦ୍ୟମରେ ବନୀକରଣ, ଯୁବ ଅନୁଷ୍ଠାନ ର ସହଯୋଗ ରେ ଵୃକ୍ଷ ରୋପଣ, ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ସହ ଜନ ସଚେତନ ସୃଷ୍ଟି ଦିଗରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଶ୍ରୀ ସାହୁ ୨୦୨୦ ମସିହା ପାଇଁ ଏହି ପୁରସ୍କାର ପାଇଛନ୍ତି । ମଙ୍ଗଳବାର ଦିନ ୭୨ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଳାହାଣ୍ଡି ଦକ୍ଷିଣାଞ୍ଚଳ ବନଖଣ୍ଡ ଅଧିକାରୀ ନୀତିଶ ବଳିଆନ ଶ୍ରୀ ସାହୁ ଙ୍କୁ ‘ପ୍ରକୃତି ବନ୍ଧୁ’ ସମ୍ମାନ ରେ ସମ୍ମାନନିତ କରିଥିଲେ । ଜିତେନ୍ଦ୍ର ସାହୁ(ଏ. ସି. ଏଫ),ଧିମନ ଚାଖନା(ଏସି.ଏଫ.),ମଳୟ ରଞ୍ଜନ କାଲୋ(ଏସି. ଏଫ)ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ସାହୁ ନିଜର ବକ୍ତବ୍ୟ ଉପସ୍ଥାପନା କରି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଜିଲ୍ଲା ବନଖଣ୍ଡ ଅଧିକାରୀ ,ଭାରତ ସରକାରଙ୍କକ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି , ରାଜ୍ୟ ସରକାରଙ୍କ ଓଡିଶା ଯୁବ କଲ୍ୟାଣ ବିଭାଗ କୁ ଧନ୍ୟବାଦ ଜଣାଇଥିଲେ ।

Comments (0)
Add Comment