ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶେଷଦେବ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 

କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ତା ବ୍ଲକ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକାତରା ଗାଁ। ସ୍ଵର୍ଗତ ବାପା ଭାଗିରଥି ସାହୁ ଓ ସ୍ଵର୍ଗତ ମାଁ ଯଶୋଦା ସାହୁ ଙ୍କ ଜୈଷ୍ଠ ସୁପୁତ୍ର ଶେଷଦେବ ସାହୁ ୧୯୬୧ ମସିହା ଫେବୃଆରୀ ୧ ତାରିଖ ରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ୫ ବର୍ଷ ହେଲା ଶେଷଦେବ ସାହୁ ନିଜ ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ରୁ ହିଁ ପାଠପଢ଼ା ଆରମ୍ଭ କରି ba, bed, m,ed, try (bbsr). Niet (dilhi) ଓ ପ୍ରଵିଣ ( ରାଷ୍ଟଭାଷା) ରେ ପାଠ ଶିକ୍ଷା ଲାଭ କରିଥିଲେ। ୧୯୮୩ ମସିହା ଜୁଲାଇ ମାସ ୭ ତାରିଖ ରେ ମଦନପୁର ରାମପୁର ଵ୍ଲବ ର ପଣ୍ଡକାମାଳ ଗାଁ ରେ ଥିବା ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ପ୍ରଥମେ ନିଯୁକ୍ତି ପାଇଥିଲେ।ଇତି ମଧ୍ୟରେ କୋରାପୁଟ, କଳାହାଣ୍ଡି ବଲାଙ୍ଗିର ଜିଲ୍ଲାର ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ପରିଦର୍ଶକ ଥିଲେ। ତତ୍ ପରେ ୧୯୮୯ ମସିହା ଅକ୍ଟୋବର ୩୧ ତାରିଖ ଠାରୁ ଓଡ଼ିଶା ଗଣ ଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ଜିଲ୍ଲାର ମାଣିକେରା, ଚିତଲପଟା, ମସ୍କାଦାଣ୍ଡି, ଘୋଡାପଖରି, ସାପଲହରା, ଏଭଳି ଅନେକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରି ଆସୁଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶେଷଦେବ ସାହୁ ରାଷ୍ଟ୍ର ର ସଂଗିତ ଜାତୀୟ ଭାଷା ର ଶିକ୍ଷା ଲାଭ କରି ଦିଲ୍ଲୀରେ ncert ରେ ନିୟୋଜିତ ହୋଇ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୦୦ ମସିହା ରୁ ୨୦୦୩ ମସିହା ପର୍ଯ୍ୟନ୍ତ crcc ଭାବରେ ଗୁଚ୍ଛାଡେଙ୍ଗେନ ଗ୍ରାମ ପଞ୍ଚାୟତ ଠାରେ କାର୍ଯ୍ୟ ରତ ଥିଲେ। କେବଳ ଏତିକି ନୁହେଁ ଯୁବକ ସଂଘ ର ସଂପାଦକ ଓ ସଂଗଠନ, ନାଟ୍ୟ ନିର୍ଦ୍ଦେଶନା, ହାରମିନିୟମ ଓ ତବଲା ବାଦକ ବଜାଇବାରେ ପଛରେ ପଡ଼ିନଥିଲେ ଶ୍ରୀ ଯୁକ୍ତ ଶେଷଦେବ ସାହୁ।

ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ abeo ରାଧାମୋହନ ପାଢି, beo ଗଣେଶ କିଶାନ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାହେନ୍ଦ୍ରେ ସାହୁ, କର୍ଲାମୁଣ୍ଡା ହାଇସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶା ଓ ରେଗଡା, ସାପଲହରା ଓ ଯୋରାଡଵ୍ରା ଏହି ପଞ୍ଚାୟତ ଗୁଡିକର ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ ଶ୍ରୀ ସାହୁ କାର୍ଯ୍ୟରତ ଥିଵା ସାପଲହରା ଗ୍ରାମର ବିଦ୍ୟାଳୟ ପରିଚାଳନା ବୃନ୍ଦ ଓ ଗ୍ରାମର ମାତୃପିତୃ ତୁଲ୍ୟ ମାଁ ବାପା ଓ ଭଦ୍ରବ୍ୟକ୍ତି ଓ ଗାଁ ର ସତାଧିକ ଲୋକ ଉପସ୍ଥିତ ରହି ଗାଁ ମୁଣ୍ଡରୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିଜ ବାସଭବନ କୁ ପାଛୋଟି ଆଣିଥିଲେ। ଏହି ସଭାରେ ସାଇସତ୍ୟ ନ୍ୟୁଜ ର ସମ୍ବାଦିକ କଳାହାଣ୍ଡି ବ୍ୟୁରୋ ଚିପ ନରୋତ୍ତମ ପାୟାସଂ କୁ ସମ୍ମାନୀତ କରିଥିଲେ। ଟୁକୁ ଚନ୍ଦ୍ର ସାହୁ ଓ ଶୁଭଶ୍ରୀ ସାହୁ ପ୍ରଥମେ ମଞ୍ଚ ପରିଚାଳନା କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ଏବଂ ପରିଶେଷରେ ଡ. ଦେବବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment