ଫୁର୍ଲି ଝରନ ରାସ୍ତା ରେ ହାତୀ ଆତଙ୍କ ରାସ୍ତାରେ ଡାଳ ପକାଇ ୨ଘଣ୍ଟା ରାସ୍ତା ଅବରୋଧ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାଜ୍ୟ ରାଜପଥ 46 ର ଘାଟିନିକଟରେ ଜଙ୍ଗଲୀ ହାତୀ ରାସ୍ତା ଅବରୋଧ କରି ଆତଙ୍କ ଖେଳାଇବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ରାତି ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଫୁର୍ଲି ଝରନ  ଓ ଶଗଡା ମଝି ଜଙ୍ଗଲ ରେ ବଣୁଆ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲା। ଗଛ ଓ ଡାଳ ଭାଙ୍ଗି ରାସ୍ତା ଉପରେ ପକାଇ ରାସ୍ତା ଅବରୋଧ କରି ହାତୀ ଛିଡା ହୋଇ ପଡ଼ିଥିଲା। ଫଳରେ ରାସ୍ତା ଦୁଇ ପାର୍ଶ୍ଵରେ ପ୍ରାୟ ୩୦ରୁ ଉର୍ଢ଼ ବାଇକ ଓ ଯାନବାହାନ ଅଟକି ରହିଥିଲା। ଦୀର୍ଘ ଦୁଇ ଘଣ୍ଟା ପରେ ରାତି ପ ହାତୀ ରାସ୍ତା ରୁ ହଟି ତଳକୁ ଚାଲି ଯାଇଥିଲା।ପରେ ଲୋକେ ଯାତାୟତ କରିଥିଲେ। ଏହି ସ୍ଥାନରେ ମୋବାଇଲ ନେଟୱର୍କ ନ ଥିବା ଯୋଗୁ ଲୋକେ ବନ ବିଭାଗ ସହିତ ଯୋଗାଯୋଗ ମଧ୍ୟ କରିପାରିନଥିଲେ।
Comments (0)
Add Comment